ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ତିନି ଦିନ ମଧ୍ୟରେ ଲଗାତାର ଭାବେ ରାଜ୍ୟର ଦୈନିକ କୋଭିଡ୍ କେସ୍ ୨୦୦ ଉପରେ ରହୁଛି। ବିଶେଷକରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି।
Covid-19 Report For 30th December
New Positive Cases: 228
Of which 0-18 years: 32
In quarantine: 131
Local contacts: 97(Details of local contacts will be shared by concerned District)
1. Angul: 2
2. Balasore: 1
3. Bhadrak: 2
4. Balangir: 1
5. Boudh: 2
6. Cuttack: 12— I & PR Department, Odisha (@IPR_Odisha) December 31, 2021
ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଡିସେମ୍ଵର ୩୦ ତାରିଖ ଅର୍ଥାତ୍ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ୍ ୨୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ଵାରେଣ୍ଟିନ୍ରୁ ୧୩୧ ଜଣ ରହିଥିବା ବେଳେ ଲୋକାଲ୍ କେସ୍ ରହିଛି ୯୭। ସେହିପରି ୦-୧୮ ବର୍ଷ ବର୍ଗର ୩୨ ଜଣ କରୋନା ଆକ୍ରାନ୍ତ ବାହାରିଛନ୍ତି।ଅନ୍ୟପଟେ ଡିସେମ୍ଵର ୨୮ ଏବଂ ୨୯ ତାରିଖରେ ମଧ୍ୟ ରାଜ୍ୟରେ ଦୈନିକ କରୋନା କେସ୍ ୨୦୦ ପାର୍ କରିଥିଲା। ୨୮ ତାରିଖ ଦିନ ରାଜ୍ୟରୁ ୨୨୧ ଜଣ ଏବଂ ୨୯ ତାରିଖ ଦିନ ୨୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ରାଜ୍ୟର ସର୍ବାଧିକ ସଂକ୍ରମିତ ବାହାରୁଛନ୍ତି। ଗତ ୩ ଦିନ ମଧ୍ୟରେ ଖୋର୍ଦ୍ଧାରୁ ୨୯୦ଟି ନୂଆ କରୋନା କେସ୍ ଚିହ୍ନଟ ହୋଇଛି।
୧୪ ଛୁଇଁଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା
ସାରା ଦେଶରେ ଓମିକ୍ରନ ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି। ଓଡ଼ିଶାକୁ ମଧ୍ୟ ଓମିକ୍ରନ ପ୍ରବେଶ କରିଛି। ଗତ ୧୦ ଦିନ ମଧ୍ୟରେ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।