ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି। ମୋଟ ୧୪୩୧ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଯେଉଁ ଗତିରେ କରୋନା ସଂଖ୍ୟା ବଢ଼ୁଛି ଏହାକୁ ନେଇ ଲୋକଙ୍କ ଚିନ୍ତା ବଢ଼ୁଛି।

ଓମିକ୍ରନ ଏହାର ପୂର୍ବ ଭ୍ୟାରିଏଣ୍ଟ ଡେଲଟା ତୁଳନାରେ ମାରତ୍ମକ ନୁହେଁ। ଦିଲ୍ଲୀ ବଡ ମେଡିକାଲରେ ୧୧୦ ଓମିକ୍ରନ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। କୌଣସି ଆକ୍ରାନ୍ତଙ୍କଠାରେ ଅକ୍ସିଜେନର ଆବଶ୍ୟକତା ପଡ଼ିନାହିଁ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି।

ଦେଶରେ ଓମିକ୍ରନ ଆକ୍ରାନ୍ତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ସବୁଠାରୁ ଆଗରେ ରହିଛି। ଏହା ତଳକୁ ରହିଛି ଦିଲ୍ଲୀ। ମହାରାଷ୍ଟ୍ରରେ ସର୍ବାଧିକ ୪୫୪ ଜଣ ଆକ୍ରାନ୍ତ ରହିଥିବା ବେଳେ ଦିଲ୍ଲୀରେ ୩୫୧, ତାମିଲନାଡୁରେ ୧୧୮, ଗୁଜରାଟରେ ୧୧୫, କେରଳରେ ୧୦୯, ରାଜସ୍ଥାନରେ ୬୯, ତେଲେଙ୍ଗାନାରେ ୬୨, ହରିୟାଣାରେ ୩୭, କର୍ଣ୍ଣାଟକରେ ୩୪, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ୧୭ ଜଣ ଲେଖାଏଁ, ଓଡ଼ିଶାରେ ୧୪, ମଧ୍ୟପ୍ରଦେଶରେ ୯, ଉତ୍ତର ପ୍ରଦେଶରେ ୮, ଉତ୍ତରାଖଣ୍ଡରେ ୪, ଚଣ୍ଡିଗଡ଼ ଓ ଜମ୍ମୁ-କଶ୍ମିରରେ ୩ ଜଣ ଲେଖାଏଁ, ଆଣ୍ଡାମାନ ନିକୋବର ଦ୍ଵୀପରେ ୨, ଲଦ୍ଦାଖ, ହିମାଚଳ ପ୍ରଦେଶ, ଗୋଆ, ମଣିପୁର ଓ ପଞ୍ଜାବରେ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି।

Comment