ଓଡ଼ିଶାଲାଇଭ୍ ବ୍ୟୁରୋ  

ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨୩ଟି ନୂଆ ଓମିକ୍ରନ ଆକ୍ରାନ୍ତ ଟିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଶହ ଟପିଛି। କର୍ଣ୍ଣାଟକରେ ୧୦ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୬ରେ ପହଞ୍ଚିଛି। ଓଡ଼ିଶାରେ ୨୩ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂଖ୍ୟା ୩୭ରେ ପହଞ୍ଚିଛି।

ମହାରାଷ୍ଟ୍ରରେ ସର୍ବାଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହା ତଳକୁ ରହିଛି ଦିଲ୍ଲୀ। ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୧୦ରେ ପହଞ୍ଚିଥିବାବେଳେ ଦିଲ୍ଲୀରେ ୩୫୧, କେରଳରେ ୧୫୨, ଗୁଜୁରାଟରେ ୧୩୬ ଜଣ, ରାଜସ୍ଥାନରେ ୧୨୧, ତାମିଲନାଡୁରେ ୧୧୮ ଜଣ, ତେଲେଙ୍ଗାନାରେ ୮୪, କର୍ଣ୍ଣାଟକରେ ୭୬ ଜଣ, ହରିଆଣା ଏବଂ ଓଡ଼ିଶାରେ ୩୭ ଜଣ ଲେଖାଏଁ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ୧୭ ଜଣ ଲେଖାଏଁ, ମଧ୍ୟପ୍ରଦେଶରେ ୯ ଜଣ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ୮ ଜଣ ଲେଖାଏଁ, ଚଣ୍ଡିଗଡ଼ରେ ୩, ଜମ୍ମୁ-କଶ୍ମିରରେ ୩, ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ୨, ଉଦ୍ଦାଖ, ହିମାଚଳ ପ୍ରଦେଶ, ଗୋଆ, ମଣିପୁର, ପଞ୍ଜାବରେ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବିଭିନ୍ନ ରାଜ୍ୟରେ ଓମିକ୍ରନ ଅଣାୟତ ହେଉଥିବାରୁ କୋଭିଡ କଟକଣା ଲାଗୁ କରାଯାଇଛି। ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଆଦି ବିଭିନ୍ନ ରାଜ୍ୟରେ ନାଇଟ କର୍ଫ୍ୟୁ ସହ କୋଭିଡ କଟକଣାକୁ କଡାକଡି କରାଯାଇଛି। କୋଭିଡ ମାମଲା ବୃଦ୍ଧି ସହ କଟକଣା ଲାଗୁ ହେଉଥିବାରୁ ଏହା କରୋନାର ତୃତୀୟ ଲହର ବୋଲି ଅନୁମାନ କରାଯାଉଛି।

Comment