ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଦିନକୁ ଦିନ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୧୩୫ରେ ପହଞ୍ଚିଛି। ମହାରାଷ୍ଟ୍ରରେ ସର୍ବାଧିକ ଓମିକ୍ରନ ଆକ୍ରାନ୍ତ ଥିବାବେଳେ ଦିଲ୍ଲୀ ଏହା ତଳକୁ ରହିଛି।

ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ସର୍ବାଧିକ ରହିଛି। ଏଠାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୫୩ରେ ପହଞ୍ଚିଛି। ଏହା ତଳକୁ ରହିଛି ଦିଲ୍ଲୀ। ଏଠାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୬୪ରେ ପହଞ୍ଚିଛି। ଦେଶରେ ୨ ହଜାର ୧୩୫ ଜଣ ଓମିକ୍ରନ ଆକ୍ରାନ୍ତ ହୋଇଥିବାବେଳେ ୮୨୮ ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ୬୫୩ ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୫୯ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଅଧିକାଂଶ ଆକ୍ରାନ୍ତ ଶୀଘ୍ର ସୁସ୍ଥ ହେଉଛନ୍ତି।

ଦିଲ୍ଲୀରେ ୪୬୪ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୫୭ ଜଣ ସୁସ୍ଥ ହୋଇଛନ୍ତି। କେରଳରେ ୧୮୫ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୫୮ ଜଣ ସୁସ୍ଥ ହୋଇଛନ୍ତି। ରାଜସ୍ଥାନରେ ୧୭୪ ଆକ୍ରାନ୍ତ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮୮ ଜଣ। ଗୁଜୁରାଟରେ ୧୫୪ ଜଣ ଓମିକ୍ରାନ ଆକ୍ରାନ୍ତଙ୍କ ମଧ୍ୟରୁ ୯୬ ଜଣ ସୁସ୍ଥ ହୋଇଛନ୍ତି। ତାମିଲନାଡୁରେ ୧୨୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୮ ଜଣ ସୁସ୍ଥ ହୋଇଛନ୍ତି। ତେଲେଙ୍ଗାନାରେ ୮୪ ଜଣ ଓମିକ୍ରାନ ଆକ୍ରାନ୍ତଙ୍କ ମଧ୍ୟରୁ ୩୨ ଜଣ ସୁସ୍ଥ ହୋଇଛନ୍ତି। କର୍ଣ୍ଣାଟରେ ୭୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୫ ଜଣ ସୁସ୍ଥ ହୋଇଛନ୍ତି।

ହରିଆଣାରେ ୭୧ ଜଣଙ୍କ ମଧ୍ୟରୁ ୫୯ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଓଡ଼ିଶାରେ ମୋଟ ୩୭ ଜଣ ଓମିକ୍ରନ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଛନ୍ତି। ଉତ୍ତରପ୍ରଦେଶର ୩୧ ଜଣଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ୨୪ ଜଣଙ୍କ ମଧ୍ୟରୁ ୬ ଜଣ ସୁସ୍ଥ ହୋଇଛନ୍ତି। ପଶ୍ଚିମବଙ୍ଗର ୨୦ ଆକ୍ରାନ୍ତ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଜଣ। ମଧ୍ୟପ୍ରଦେଶର ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଉତ୍ତରାଖଣ୍ଡର ୮ ଜଣଙ୍କରୁ ୫ ଜଣ ସୁସ୍ଥ ହୋଇଛନ୍ତି।

ଗୋଆର ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଛନ୍ତି। ମେଘାଳୟର ୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଚଣ୍ଡିଗଡ଼ରୁ ୩ ଆକ୍ରାନ୍ତଙ୍କ ମଧ୍ୟରୁ ୨ ସୁସ୍ଥ ହୋଇଛନ୍ତି। ଜମ୍ମୁ–କଶ୍ମିରର ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜର ୨ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ପଞ୍ଜାବର ୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ହିମାଚଳପ୍ରଦେଶ, ଲଦାଖ ଏବଂ ମଣିପୁରର ଆକ୍ରାନ୍ତ ହୋଇଥିବା ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

Comment