ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୮ ଶହ ୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୮ରୁ କମ୍ ବର୍ଷର ୨୫୮ ଜଣ ରହିଛନ୍ତି। ସଂଘରୋଧ କେନ୍ଦ୍ରରୁ ୧୧ ଶହ ୬ ଜଣ ଏବଂ ଲୋକାଲ କେସ୍ ୭୯୧ଟି ରହିଛି। ଖୋର୍ଦ୍ଧାର ସର୍ବାଧିକ ୬୬୯ ଜଣ ରହିଛନ୍ତି।

ଖୋର୍ଦ୍ଧା ପରେ ସୁନ୍ଦରଗଡ଼ ରହିଛି। ଏଠାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୨ ରହିଛି। ସେହିପରି ଷ୍ଟେଟ ପୁଲ ୧୫୮ ଜଣ, କଟକରେ ୧୪୮, ସମ୍ବଲପୁରେ ୧୨୫ ଓ ବାଲେଶ୍ଵରରେ ୧୦୦ ଜଣ, ଝାରସୁଗୁଡ଼ାରେ ୬୬ ଜଣ, ପୁରୀରେ ୫୪, ମୟୁରଭଞ୍ଜରେ ୪୦ ଜଣ, ଗଞ୍ଜମ ୩୪, କେନ୍ଦୁଝର ୩୧, ଜୟପୁର ୩୦, ନବରଙ୍ଗପୁର ୨୫, ବରଗଡ଼ ୧୬, ଦେଓଗଡ଼ ୧୬, କୋରାପୁଟ ୧୫, କଳାହାଣ୍ଡି ୧୪,ନୟାଗଡ଼ ୧୪, ସୋନପୁର ୧୩, ନୂଆପଡ଼ା ୧୨, ରାୟଗଡ଼ା ୭, ଭଦ୍ରକ ୭, ବଲାଙ୍ଗିର ୬, ଢ଼େଙ୍କାନାଳ ୪, ବୋଦ୍ଦ ୩, ଅନୁଗୁଳ ୩, ଗଜପତି ୨, କେନ୍ଦ୍ରାପଡା ୨, କନ୍ଧମାଳ ୧, ମାଲକାନଗିରିରେ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫ ହଜାର ୭ଶହ ୩୯ଟି ସକ୍ରିୟ ମାମଲା ରହିଛି। ମୋଟ କୋଭିଡ଼ ପଜିଟିଭଙ୍କ ସଂଖ୍ୟା ୧୦ ଲକ୍ଷ ୫୯ ହଜାର  ୭ ଶହ ୭୩ରେ ପହଞ୍ଚିଛି। ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪୫ ହଜାର ୫୪୧ ଜଣ। ଗତକାଲି ରାଜ୍ୟରେ ୧୨୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରେ ୧୮ରୁ କମ୍ ବର୍ଷ ବୟସର ୧୮୭ ଜଣ ରହିଥିଲେ। ସଂଘରୋଧ କନ୍ଦ୍ରରୁ ୭୧୦ ଜଣ ଓ ଲୋକାଲ କେସ୍ ୫୦୬ଟି ରହିଥିଲା। ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୫୬ ଜଣ ରହିଛନ୍ତି।

Comment