ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଦୈନିକ ସଂକ୍ରମଣ ହାର ବଢ଼ୁଥିବାରୁ ସରକାରଙ୍କ ପକ୍ଷରୁ କୋଭିଡ ନିୟକୁ କଡ଼ାକଡ଼ି କରାଯାଇଛି। କରୋନାର ତୃତୀୟ ଲହର ଆସିଥିବାରୁ ସରକାର ନୂଆ ଗାଇଡ଼ଲାଇନସ୍ ଜାରି କରିଛନ୍ତି। ବିମାନଯାତ୍ରୀଙ୍କ ପାଇଁ ଏହି ନିୟମକୁ କଡ଼ାକଡ଼ି କରାଯାଇଛି। ନୂଆ ନିୟମ ଅନୁସାରେ ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ୭ ଦିନ ହୋମ କ୍ଵାରେଣ୍ଟାଇନରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି। ଏହା ପରେ ସମସ୍ତେ ଅଷ୍ଟମ ଦିନ ଆରଟି ପିସିଆର ଟେଷ୍ଟ ପାଇଁ ଯିବେ।

ବିଦେଶ ଫେରନ୍ତାଙ୍କ ପାଇଁ ସଂଶୋଧିତ ନୂଆ ଗାଇଡଲାଇନ ଆସନ୍ତା ୧୧ ତାରିଖଠାରୁ ଦେଶରେ ଲାଗୁ ହେବ। ଏହା ପୂର୍ବରୁ ହାଇରିକ୍ସ ଦେଶରୁ ଆସୁଥିବା ଯାତ୍ରୀଙ୍କ ଆରାଇଭାଲ ପରେ କୋଭିଡ ଟେଷ୍ଟ ପାଇଁ ସାମ୍ପୁଲ ଦେଉଥିଲେ। କୋଭିଡ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଏୟାରପୋର୍ଟରେ ଅପେକ୍ଷା କରିବାକୁ ପଡ଼ୁଥିଲା। ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ସେମାନଙ୍କୁ ଏୟାରପୋର୍ଟ ବାହାରକୁ ଯିବାକୁ ଅନୁମତି ଦିଆଯାଉଥିଲା।

କିନ୍ତୁ ସଂଶୋଧିକ ଗାଇଡଲାଇନସ୍ ଅନୁସାରେ କୋଭିଡ ଟେଷ୍ଟ ନେଗେଟିଭ ଆସିବା ପରେ ମଧ୍ୟ ସମସ୍ତ ଯାତ୍ରୀଙ୍କୁ ସେମାନଙ୍କୁ ଘରେ ୭ ଦିନ ପର୍ଯ୍ୟନ୍ତ କ୍ଵାରେଣ୍ଟାଇନରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି। ଅଷ୍ଟମ ଦିନ ସେମାନଙ୍କର ଆରଟି-ପିସିଆର ଟେଷ୍ଟ କରାଯିବ।ୟୁରୋପୀୟ ଦେଶ ବ୍ୟତୀତ ଦକ୍ଷିଣ ଆଫ୍ରିକା, ୟୁକେ, ବୋତ୍ସାଓ୍ଵାନା, ଚୀନ, ଧାନା, ମରିସର୍ସ, ନ୍ୟୁଜିଲ୍ୟାଣ୍ଡ, ଜିମ୍ବାଓ୍ଵେ, ତଜାନିଆ, ହାଂକଂ, ଇଜରାଇଲ, କାଙ୍ଗୋ, ଇଥୋପିଆ, କାଜକସିସ୍ଥାନ, କେନ୍ୟା, ନାଇନେରିଆ, ଟ୍ୟୁନିସିଆ ଏବଂ ଜାଙ୍ଗିଆରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ନିୟମ କଡ଼ା କରାଯାଇଛି।

କ’ଣ ରହିଛି ସମ୍ପୂର୍ଣ୍ଣ ଗାଇଡଲାଇନ?

ବିଦେଶରୁ ଫେରୁଥିବା ସମସ୍ତ ଯାତ୍ରୀଙ୍କୁ ‘ଏୟାର ସୁବିଧା’ ପୋର୍ଟାଲରେ ନିଜ ସମ୍ପର୍କରେ ସମସ୍ତ ସଠିକ୍ ତଥ୍ୟ ପ୍ରଦାନ କରିବାକୁ ପଡ଼ିବ। ଯାତ୍ରାର ୧୪ ଦିନ ପୂର୍ବରୁ ଆଉ କେଉଁ କେଉଁ ସ୍ଥାନକୁ ଗସ୍ତ କରିଥିଲେ ସେ ସମ୍ପର୍କରେ ସୂଚନା ଦେବାକୁ ହେବ। ଯାତ୍ରୀଙ୍କୁ ନେଗେଟିଭ୍ ଆରଟି-ପିସିଆର୍ ଟେଷ୍ଟ ରିପୋର୍ଟକୁ ଅପଲୋଡ କରିବାକୁ ପଡ଼ିବ। ଏହି ଟେଷ୍ଟ ଯାତ୍ରା ଅବଧିର ୭୨ ଘଣ୍ଟା ପୂର୍ବର ହୋଇଥିବା ଆବଶ୍ୟକ। ଟେଷ୍ଟ ରିପୋର୍ଟ ଗୋପନୀୟତାର ମଧ୍ୟ ସପଥପତ୍ର ଦେବା ବାଧ୍ୟତାମୂଳକ ରହିଛି।

କ୍ଵାରେଣ୍ଟାଇନ, ହେଲଥମିନିଟରିଂ ଅନ୍ତର୍ଗତ ସମସ୍ତ ନିୟମ ପାଳନ କରିବାକୁ ସମସ୍ତ ଯାତ୍ରୀଙ୍କୁ ଲିଖିତ ଭାବେ ଦେବାକୁ ପଡ଼ିବ। ଆସିବା ପରେ କୋଭିଡ ଟେଷ୍ଟ ପାଇଁ ଏୟାର ସୁବିଧା ପୋର୍ଟାଲରେ ପୂର୍ବରୁ ବୁକିଂ କରିପାରିବେ। ଫ୍ଲାଇଟରେ ଆସୁଥିବା ମୋଟ ଯାତ୍ରୀଙ୍କର ନିୟମିତ ବ୍ୟବଧାନରେ କରୋନା ଟେଷ୍ଟ କରାଯିବ। କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ଯାତ୍ରୀ ୭ ଦିନ ହୋମ କ୍ଵାରେଣ୍ଟାଇନରେ ରହିବା ପରେ ଅଷ୍ଟମ ଦିନ ଆରଟି ପିସିଆର ଟେଷ୍ଟ କରାଇବେ। ଆର୍ଟିପିସିଆର ଟେଷ୍ଟର ରିପୋର୍ଟ ମଧ୍ୟ ଏଆର ସୁବିଧା ପୋର୍ଟାଲରେ ଅପଲୋଡ କରାଯିବ।

ବୋର୍ଡିଂ ପୂର୍ବରୁ କ’ଣ ରହିଛି ନିୟମ?

ଭାରତ ଆସିବାକୁ ହେଲେ କୋଭିଡ ଟେଷ୍ଟ କରିବାକୁ ପଡ଼ିବ, ରିପୋର୍ଟ ପଜିଟିଭ ଆସିଲେ ଆଇସୋଲେସନ ପ୍ରୋଟକଲ ପାଳନ କରିବାକୁ ପଡ଼ିବ ବୋଲି ହାଇରିସ୍କ ଦେଶରୁ ଆସୁଥିବା କିମ୍ବା ସେହି ଦେଶ ହୋଇ ଆସୁଥିବା ଯାତ୍ରୀମାନଙ୍କୁ ଏୟାରଲାଇନ୍ସ ପୂର୍ବରୁ ସୂଚନା ରହିଛି। କ’ଣ କରିବେ କ’ଣ ନକରିବେ ଯାତ୍ରୀମାନଙ୍କ ଟିକେଟରେ ସମସ୍ତ ତଥ୍ୟ ସ୍ପଷ୍ଟ ଭାବେ ଲେଖା ଯାଇଛି।

କୋଭିଡ ଲକ୍ଷଣ ନଥିବା ଯାତ୍ରୀଙ୍କୁ ହିଁ ବିମାନରେ ବସିବା ପାଇଁ ଅନୁମତି ରହିଛି। ମୋବାଇଲରେ ଆରୋଗ୍ୟ ସେତୁ ଡାଉନ ଲୋଡ କରି ରଖିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି। ବିମାନ ଯାତ୍ରା ସମୟରେ କୋଭିଡ ନିୟମ ପାଳନ କରିବାକୁ ପଡ଼ିବ। ମାସ୍କ ପିନ୍ଧିବା ସହ ହାତକୁ ନିୟମିତ ଧୋଇବାକୁ ପରାମର୍ଶ ଦିଆଯାଇଛି।

Comment