ଓଡ଼ିଶାଲାଇଭ୍ ବ୍ୟୁରୋ

  • କରୋନା କଟକଣାରେ ହେବ ପଞ୍ଚାୟତ ନିର୍ବାଚନ
  • ନିର୍ବାଚନରେ କେବଳ ଭର୍ଚୁଆଲ୍ ପ୍ରଚାରକୁ ଅନୁମତି
  • ସର୍ବାଧିକ ୫ ଜଣରେ ହୋଇପାରିବ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ

ଫେବ୍ରୁଆରି ୧୬ରୁ ମୋଟ୍ ୫ଟି ପର୍ଯ୍ୟାୟରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ହେଲେ କରୋନା କଟକଣା ପାଇଁ ଏଥର ନିର୍ବାଚନରେ ରାଲି, ରୋଡ୍ ସୋ’, ସମାବେଶ ଆଦି ହୋଇପାରିବ ନାହିଁ। ପ୍ରାର୍ଥୀମାନଙ୍କୁ କେବଳ ଭର୍ଚୁଆଲ୍ ମୋଡ୍ ଯୋଗେ ପ୍ରଚାର କରିବାକୁ ଅନୁମତି ମିଳିଛି।ଏନେଇ ମଙ୍ଗଳବାର ଦିନ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଘୋଷଣା ହୋଇଛି। କରୋନା କଟକଣା ମଧ୍ୟରେ ଏଥର ଭୋଟ୍ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି।କରୋନା କଟକଣା ପାଇଁ ଏଥର ପଞ୍ଚାୟତ ନିର୍ବାଚନରେ ରାଲି, ରୋଡ୍ ସୋ’ ଆଦିକୁ ବାରଣ କରାଯାଇଥିବା ବେଳେ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂକୁ ଅନୁମତି ଦିଆଯାଇଛି। ତେବେ ପ୍ରାର୍ଥୀଙ୍କୁ ମିଶାଇ ମୋଟ୍ ୫ ଜଣରେ ହିଁ ଏହି କ୍ୟାମ୍ପେନିଂ ହୋଇପାରିବ ବୋଲି ନିର୍ବାଚନ କମିଶନ କହିଛନ୍ତି।ଚଳିତ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ମୋଟ୍ ୯୧,୯୧୩ ୱାର୍ଡରେ ନିର୍ବାଚନ ହେବାକୁ ଥିବା ବେଳେ ୬,୭୯୪ ପଞ୍ଚାୟତରେ ସରପଞ୍ଚ ପଦ ପାଇଁ, ୬,୭୯୩ ପଞ୍ଚାୟତ ସମିତି ପାଇଁ, ୮୫୩ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ। ଏହି ୮୫୩ ଜିଲ୍ଲା ପରିଷଦରୁ ୪୩୩ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ମୋଟ୍ ୨ କୋଟି ୭୯ ଲକ୍ଷ ଭୋଟର ଚଳିତ ପଞ୍ଚାୟତ ନିର୍ବାଚନରେ ମତଦାନ କରିବେ। କୋଭିଡ୍ କାରଣରୁ ସକାଳ ୭ଟାରୁ ଅପରାହ୍‌ଣ ୧ଟା ଯାଏଁ ଭୋଟଗ୍ରହଣ କରାଯିବ।

Comment