ଓଡ଼ିଶାଲାଇଭ୍‌ ବ୍ୟୁରୋhome isolation-2

ଲକ୍ଷଣ ନଥିବା ବା ସ୍ୱଳ୍ପ ଲକ୍ଷଣ ଥିବା କୋଭିଡ୍‌ ଆକ୍ରାନ୍ତ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହୋଇ ପାରିବେ। ଗୃହ ପୃଥକାବାସ ସମୟରେ ପରିବାର ଲୋକ ତଥା ସେ ନିଜେ କିଭଳି ନଜର ଯତ୍ନ ସେଥିପାଇଁ ସରକାର ଏକ ଗାଇଡଲାଇନ ଜାରି କରିଛନ୍ତି। ତେଣୁ ସରକାରଙ୍କ ଏହି ନିୟମ ମାନି କୋଭିଡ୍‌ ଆକ୍ରାନ୍ତ ସୁସ୍ଥ ହୋଇପାରିବେ।

କିଏ ନେଇ ପାରିବେ କୋଭିଡ ପଜିଟିଭଙ୍କ ଯତ୍ନ ?

ଗୃହ ସଙ୍ଗରୋଧରେ ରହୁଥିବା କୋଭିଡ ପଜିଟିଭ ବ୍ୟକ୍ତିଙ୍କ ଯତ୍ନ ତାଙ୍କ ପରିବାର ସଦସ୍ୟ ନେଇପାରିବେ। ଯତ୍ନ ନେଉଥିବା ସଦସ୍ୟଙ୍କର ଡବଲ ଡୋଜ୍ ଟିକାକରଣ ହୋଇଥିବା ଆବଶ୍ୟକ। ସମ୍ପୃକ୍ତ ସଦସ୍ୟ କୋଭିଡ ଆକ୍ରାନ୍ତଙ୍କ ପାଖରେ ୨୪ ଘଣ୍ଟା ଦେଖାଶୁଣା ପାଇଁ ଉପସ୍ଥିତ ରହିବେ। ଆକ୍ରାନ୍ତଙ୍କ ଦେଖାଶୁଣା କରୁଥିବା ସଦସ୍ୟଙ୍କୁ ନିୟମିତ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ।

ଆଇସୋଲେସନ ସମୟରେ ପରିବାର ସଦସ୍ୟଙ୍କଠାରୁ ଦୂରତା ରକ୍ଷା କରିବେ। ଆକ୍ରାନ୍ତଙ୍କୁ ଘରର ଏକ ନିର୍ଦ୍ଧାରିତ କୋଠରିରେ ରହିବାକୁ ପଡ଼ିବ। ବିଶେଷ ଭାବେ ଯେଉଁ କୋଠରିକୁ ଖୋଲା ପବନ ଯାତାୟତ କରୁଥିବ ସେହି କୋଠରି ଆକ୍ରାନ୍ତଙ୍କ ପାଇଁ ଭଲ। ସେହିପରି ଆସୋଲେସନରେ ରହିଥିବା ଆକ୍ରାନ୍ତଙ୍କୁ ଯଥେଷ୍ଟ ବିଶ୍ରାମ କରିବାର ଆବଶ୍ୟକତା ରହିଛି। ଏହି ସମୟରେ ଯେତେ ସମ୍ଭବ ତରଳ ପଦାର୍ଥ ଖାଇବା ଦରକାର। ଏହାଛଡ଼ା ୪୦ ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ସାବୁନ କିମ୍ବା ହ୍ୟାଣ୍ଡ ସାନିଟାଇଜରରେ ଧୋଇବା ଜରୁରୀ।

୬୦ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ କୋଭିଡ ଆକ୍ରାନ୍ତ ଏବଂ ବହୁବିଧ ରୋଗରେ ପୀଡ଼ିତ ରୋଗୀ ଡାକ୍ତରଙ୍କ ପରାମର୍ଶରେ ହିଁ ହୋମ୍ ଆଇସୋଲେସନରେ ରହିପାରିବେ। ଏଚ୍ଆଇଭି କିମ୍ବା କ୍ୟାନ୍ସର ଭଳି ଦୂରାରୋଗରେ ପୀଡ଼ିତ ରୋଗୀଙ୍କର ଭଲ ଭାବେ ଯାଞ୍ଚ ହେବା ପରେ ହିଁ ଡାକ୍ତରଙ୍କ ଅନୁମତିରେ ହୋମ୍ ଆଇସୋଲେସନରେ ରହିପାରିବେ। ପରିବାର ସଦସ୍ୟ ଆକ୍ରାନ୍ତଙ୍କ ଯତ୍ନ ନେବା ସମୟରେ ସେମାନଙ୍କ ଲକ୍ଷଣ ଉପରେ ନଜର ରଖିବେ। ଲକ୍ଷଣ ବଢ଼ିବା ଦେଖିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ।

ଦୂରତା ରକ୍ଷା କରିବେ

ହୋମ୍ ଆଇସୋଲେସନରେ ରହୁଥିବା କୋଭିଡ ଆକ୍ରାନ୍ତଙ୍କଠାରୁ ଯଥା ସମ୍ଭବ ଦୂରତା ରକ୍ଷା କରିବା ଆବଶ୍ୟକ। ବିନା ମାସ୍କରେ ସେମାନଙ୍କ ସହ ସିଧାସଳଖ କଥା ହେବା ଅନୁଚିତ। କୋଭିଡ ଆକ୍ରାନ୍ତ ବ୍ୟବହାର କରୁଥିବା ବାସନ କୁସନ, ଖାଦ୍ୟ, ପାନୀୟ, କପଡ଼ା କିମ୍ବା ବିଛଣା ବ୍ୟବହାର କରିବାଠାରୁ ଦୂରେଇ ରହିବା ଜରୁରୀ। ଆକ୍ରାନ୍ତଙ୍କ ଅଇଁଠା ବାସନ ଏବଂ କପଡ଼ାକୁ ହ୍ୟାଣ୍ଡ ଗ୍ଲୋବସ୍ ପିନ୍ଧି ହିଁ ସଫା କରିବା ଦରକାର। ସେମାନଙ୍କ ବାସନ ଏବଂ କପଡ଼ାକୁ ସାବୁନରେ ଧୋଇବା ଭଲ।N 95 mask-1

ଆଇସୋଲେସନରେ ମାସ୍କ ପିନ୍ଧିବା ଜରୁରୀ

ଆଇସୋଲେସନରେ ରହିଥିବା କୋଭିଡ ଆକ୍ରାନ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହି ସମୟରେ କୋଭିଡ ଆକ୍ରାନ୍ତ ତିନି ସ୍ତର ଯୁକ୍ତ ମାସ୍କ ପିନ୍ଧିବା ଆବଶ୍ୟକ। ଗୋଟିଏ ମାସ୍କକୁ ୮ ଘଣ୍ଟା ବ୍ୟବହାର କରିବା ପରେ ତା’କୁ ଫିଙ୍ଗି ଆଉ ଗୋଟିଏ ମାସ୍କ ପିନ୍ଧିବା ଦରକାର। ଆକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କୁ ଏନ୍-୯୫ ମାସ୍କ ପିନ୍ଧିବାକୁ ପଡ଼ିବ। ବ୍ୟବହୃତ ମାସ୍କକୁ ୭୨ ଘଣ୍ଟା ପର୍ଯ୍ୟନ୍ତ ପେପର ବ୍ୟାଗରେ ରଖି ପରେ ତାକୁ ଫିଙ୍ଗିବା ଦରକାର।Quarantine

ହୋମ୍ ଆଇସୋଲେସନରେ କେମିତି ନେବେ ଯତ୍ନ ?

ହୋମ୍ ଆଇସୋଲେସନରେ ରହିଥିବା କୋଭିଡ ଆକ୍ରାନ୍ତଙ୍କୁ ନିରନ୍ତର ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ ଏବଂ ଡାକ୍ତରଙ୍କ ପରାମର୍ଶ ମାନି ଚଳିବାକୁ ପଡ଼ିବ। ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିବା ଦରକାର। ଆକ୍ରାନ୍ତଙ୍କୁ ଜ୍ୱର, ଥଣ୍ଡା ଏବଂ କାଶ ପାଇଁ ଡାକ୍ତର ଦେଇଥିବା ଔଷଧକୁ ହିଁ ସେବନ କରିବାକୁ ହେବ। ନିୟମିତ ବ୍ୟବଧାନରେ ଉଷୁମ ପାଣି କୁଳି କରିବା ଦରକାର।

ଡାକ୍ତରଙ୍କ ପାଖକୁ କେତେବେଳେ ଯିବେ ?

ଯଦି ହୋମ୍ ଆଇସୋଲେସନରେ ରହିଥିବା କୋଭିଡ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗେ ତେବେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବେ। ଯଦି ଆକ୍ରାନ୍ତଙ୍କୁ ଜ୍ୱର ଆସି ତାପମାତ୍ରା ୧୦୦ ଡିଗ୍ରୀ ରହିଲା, ଶ୍ୱାସ କ୍ରିୟାରେ ଅସୁବିଧା, ଅକ୍ସିଜେନ ଲେବେଲ କମିଲା, ଛାତିରେ ଯନ୍ତ୍ରଣା ହେଲା କିମ୍ବା ଅତ୍ୟଧିକ ଥକା ଲାଗିଲା ତେବେ ଡାକ୍ତରଙ୍କ ପାଖକୁ ତୁରନ୍ତ ଯିବା ଜରୁରୀ।

ହୋମ୍ ଆଇସୋଲେସନରେ କେତେଦିନ ରହିବେ ?

ପୂର୍ବରୁ ହୋମ୍ ଆଇସୋଲେସନର ଅବଧି ୧୪ ଦିନ ରହୁଥିଲା। ଏବେ ହୋମ୍ ଆଇସୋଲେସନର ଅବଧି ରହିଛି ୭ ଦିନ। ଏହି ୭ ଦିନ ଭିତରେ ଯଦି ୩ ଦିନ ଜ୍ୱର ଆସିନଥାଏ ତେବେ କୋଭିଡ ଆକ୍ରାନ୍ତ ଆଇସୋଲେସନରୁ ବାହାରି ପାରିବେ। ହୋମ୍ ଆଇସୋଲେସନରୁ ବାହାରିବା ପରେ ମଧ୍ୟ ଆକ୍ରାନ୍ତଙ୍କୁ ତିନି ଲେୟର ବିଶିଷ୍ଟ ସର୍ଜିକାଲ ମାସ୍କ ପିନ୍ଧିବାକୁ ପଡ଼ିବ। ହୋମ୍ ଆଇସୋଲେସନ ସରିବା ପରେ ପୁନର୍ବାର ଟେଷ୍ଟିଂର ଆବଶ୍ୟକତା ନାହିଁ।

LEAVE A REPLY

Please enter your comment!
Please enter your name here