ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ୯ ହଜାର ତଳକୁ ଖସିଲା କୋଭିଡି ପଜିଟିଭଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୮,୮୪୫ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୯୨୭ ଜଣ ରହିଛନ୍ତି। ରାଜ୍ୟରେ ମୋଟ ସକ୍ରିୟ ମାମଲା ରହିଛି ୮୮,୧୫୦ଟି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୯୬ ହଜାର ୧୪୦କୁ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା କୋଭିଡ ଆକ୍ରାନ୍ତ ଥିବା ୧୦ ଲକ୍ଷ ୯୯ ହଜାର ୪୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଗତ ୨୦ ତାରିଖ  ୯,୮୩୩ ଜଣ କୋଭିଡ ଆକ୍ରାନ୍ତ ହୋଇଥିଲେ। ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୯୭୨ ଜଣ ରହିଥିଲେ। ଗତ ୧୯ ତାରିଖ ୧୦,୩୬୮ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧,୦୯୦ ଜଣ ରହିଥିଲେ। ଜାନୁଆରି ୧୮ ତାରିଖରେ ୧୧,୬୦୭ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୮ ବର୍ଷରୁ କମ୍ ରହିଥିଲେ ୯୯୧ ଜଣ। ସେହିପରି ଜାନୁଆରି ୧୭ ତାରିଖ ରାଜ୍ୟରେ ୧୧,୦୮୬ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧,୦୬୧ ଜଣ ରହିଥିଲେ।

ଜାନୁଆରି ୧୬ ତାରିଖ ଓଡ଼ିଶାରେ ୧୦,୪୮୯ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୮ ବର୍ଷରୁ କମ୍ ବୟସର ୯୮୨ ଜଣ ରହିଥିଲେ। ଏହା ସହ ଜାନୁଆରି ୧୫ ତାରିଖ ୧୧,୧୭୭ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୮ରୁ କମ୍ ବୟସର ୧,୦୧୬ ଜଣ ରହିଥିଲେ।

ଗତ ଜାନୁଆରି ୧୫ ତାରିଖ ୧୧, ୧୭୭ ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ୧୫ ତାରିଖରୁ ୨୧ ତାରିଖ ମଧ୍ୟରେ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ହାସ ପାଇଥିବା ଦେଖିବାକୁ ମିଳୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୮,୮୪୫କୁ ଆସିଯାଇଛି।

Comment