ଓଡ଼ିଶାଲାଇଭ୍ ବ୍ୟୁରୋ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ପକ୍ରିୟା ଶେଷ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାରେ ମୋଟ ୭,୨୩୬ ଜଣ ପାର୍ଥୀ ପାର୍ଥିପତ୍ର ଦାଖଲ କରିଛନ୍ତି। ଜିଲ୍ଲାର ମୋଟ ୧୯୪ ଗ୍ରାମ ପଞ୍ଚାୟତ ସହିତ ୨୪ ଜିଲ୍ଲା ପରିଷଦ ଜୋନ୍ ଆସନ ପାଇଁ ଏହି ପାର୍ଥିପତ୍ର ଦାଖଲ ହୋଇଛି।

ନୟାଗଡ଼ ଜିଲ୍ଲାରେ ୱାର୍ଡ ସଭ୍ୟ ଆସନ ପାଇଁ ମୋଟ ୫୪୨୮ ଜଣ, ସରପଞ୍ଚ ଆସନ ପାଇଁ ୯୧୨ ଜଣ ଓ ସମିତି ସଭ୍ୟ ଆସନ ପାଇଁ ୭୮୯ ଜଣ ପାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି।  ସେହିପରି ଜିଲ୍ଲାର ସମସ୍ତ ୮ଟି ବ୍ଲକ ୪ଟି ବିଧାନସଭା ନିର୍ବାଚନମଣ୍ଡଳୀର ୨୪ଟି ଜିଲ୍ଲା ପରିଷଦ ଆସନ ପାଇଁ ମୋଟ ୧୦୭ ଜଣ ପ୍ରାର୍ଥୀ ପାର୍ଥିପତ୍ର ଦାଖଲ କରିଛନ୍ତି। ଏସମସ୍ତକୁ ମିଶାଇ ପ୍ରାର୍ଥିପତ୍ର ଦାଖଲ ଅନ୍ତିମ ଦିନରେ ମୋଟ ୭,୨୩୬ ଜଣ ପ୍ରାର୍ଥୀ ପାର୍ଥିପତ୍ର ଦାଖଲ କରିଛନ୍ତି।ପ୍ରାର୍ଥିପତ୍ର ଦାଖଲ ଶେଷ ହେବା ପରେ ଆଜି ପ୍ରାର୍ଥିପତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ଏହାପରେ ୨୩ ତାରିଖରେ ଯୋଗ୍ୟ ମନୋନୀତ ପାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ସେହିପରି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଜାନୁଆରି ୨୫ ତାରିଖ ଅପରାହ୍‌ଣ ୩ଟା ସୁଦ୍ଧା ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ଏହାପରେ ସେହିଦିନ ନିର୍ବାଚନୀ ସଙ୍କେତ ସହ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ବାହାରିବ।

Comment