ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୭,୨୯୧ ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୮ରୁ କମ୍ ବୟସର ୯୫୪ ଜଣ ରହିଛନ୍ତି। ସଂଗରୋଧ କେନ୍ଦ୍ରରୁ ୪,୨୨୬ ଜଣ ଓ ଲୋକାଲ କେଶ ୩,୦୬୫ଟି ରହିଛି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାର ୧,୭୦୫ ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରୁ ୬୪୬ ଜଣ, କଟକ ଜିଲ୍ଲାର ୫୬୧ ଜଣ, ଷ୍ଟେଟପୁଲରୁ ୩୬୫ ଜଣ, ବାଲେଶ୍ଵରରୁ ୩୪୩ ଜଣ, ରାୟଗଡ଼ାରୁ ୨୯୫ ଜଣ, ସୋନପୁରରୁ ୨୮୨ ଜଣ, ମୟୁରଭଞ୍ଜରୁ ୨୨୯ ଜଣ, ବଲାଙ୍ଗିରରୁ ୨୧୮ ଜଣ ଓ ଯାଜପୁରରୁ ୨୦୩ ଜଣ ରହିଛନ୍ତି। ସେହିପରି ନୟାଗଡ଼ରୁ ୧୯୨ ଜଣ, ଅନୁଗୁଳରୁ ୧୮୩ ଜଣ, ସମ୍ବୁଲପୁରରୁ ୧୭୬ ଜଣ, କଳାହାଣ୍ଡିରୁ ୧୭୩ ଜଣ, ନୂଆପଡ଼ାରୁ ୧୬୦ ଜଣ, କେନ୍ଦୁଝରରୁ ୧୩୩, ବରଗଡ଼ରୁ ୧୩୦ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ୮୧,୭୬୫ଟି ସକ୍ରିୟ ମାମଲା ରହିଛି। ପଜିଟିଭଙ୍କ ସଂଖ୍ୟା ୧୨ ଲକ୍ଷ ୧୧ ହଜାର ୯୫୧ରେ ପହଞ୍ଚିଛି। ମୋଟ ୧୧ ଲକ୍ଷ ୨୧ ହଜାର ୬୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comment