ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୫୮୯୧ ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୧୮ରୁ କମ୍ ବୟସର ୮୫୨ ଜଣ ରହିଛନ୍ତି। ସଂଗରୋଧ କେନ୍ଦ୍ରରୁ ୩୪୧୩ ଜଣ ଓ ୨୪୭୮ଟି ଲୋକାଲ କେସ୍ ରହିଛି। ରାଜ୍ୟରେ ୭୭,୩୪୦ଟି ସକ୍ରିୟ ମାମଲା ରହିଛି। ମୋଟ ପିଜିଟିଭଙ୍କ ସଂଖ୍ୟା ୧୨,୧୭, ୮୪୨ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୧, ୩୧,୯୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଗତ ୨୩ ତାରିଖ ରିପୋର୍ଟ ଅନୁସାରେ ରାଜ୍ୟରେ ୭୨୯୧ ଜଣ ନୂଆ କୋଭିଡ ପଜିଟି ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରେ ୧୮ରୁ କମ୍ ବୟସର ୯୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତ ୨୨ ତାରିଖ ରାଜ୍ୟରେ ୮୫୨୦ ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୯୩୭ ଜଣ ୧୮ରୁ କମ୍ ବୟସର ରହିଥିଲେ। ସେହିପରି ୨୧ ତାରି ୮୮୪୫ଟି ନୂଆ କୋଭିଡ ପଜିଟିଭ କେସ୍ ରହିଥିଲା ଓ ୧୮ରୁ କମ୍ ବୟସର ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଗତ ୨୦ ତାରିଖ ୯,୮୩୩ ଜଣ ନୂଆ ପଜିଟିଭ କେସ୍ ରହିଥିବାବେଳେ ୧୮ରୁ କମ୍ ବୟସର ୯୭୨ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତ ୧୯ ତାରିଖ ୧୦,୩୬୮ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ୧୮ରୁ କମ୍ ବୟସର ୧,୦୯୦ ଜଣ ରହିଥିଲେ। ଗତ ୧୮ ତାରିଖ ୧୧,୬୦୭ ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୮ରୁ କମ୍ ବୟସର ୯୯୧ ଜଣ ରହିଥିଲେ। ଗତ ୧୮ରୁ ୨୪ ତାରିଖ ମଧ୍ୟରେ କୋଭିଡ ରିପୋର୍ଟକୁ ଦେଖିଲେ କ୍ରମାଗତ ଭାବେ କୋଭିଡ ପଜିଟିଭଙ୍କ ସଂଖ୍ୟା ହ୍ରାସ ପାଇଥିବା ଦେଖିବାକୁ ମିଳିଛି।

Comment