ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୭୪୨୬ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୮୬୭ ଜଣ ୧୮ରୁ କମ୍ ବୟସର ରହିଛନ୍ତି। ସଂଗରୋଧ କେନ୍ଦ୍ରରୁ ୪୩୦୬ ଜଣ ଏବଂ ୩୧୨୦ ଜଣ ଲୋକାଲ କେସ୍ ରହିଛି।

ରାଜ୍ୟରେ ମୋଟ ୭୪,୫୧୨ଟି ସକ୍ରିୟ ମାମଲା ରହିଛି। କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୨୫,୨୬୮ରେ ପହଞ୍ଚିଛି। ୧୧,୪୨,୧୬୧ ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ତାରିଖ ୫୮୯୧ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୫ ତାରିଖ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇ ୭୪୨୬ ହୋଇଛି।

ଗତ ୨୩ ତାରିଖ ରିପୋର୍ଟ ଅନୁସାରେ ରାଜ୍ୟରେ ୭୨୯୧ ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ଗତ ୨୨ ତାରିଖ ରାଜ୍ୟରେ ୮୫୨୦ ଜଣ,  ୨୧ ତାରିଖ ୮୮୪୫ ଜଣ, ୨୦ ତାରିଖ ୯,୮୩୩ ଜଣ, ୧୯ ତାରିଖ ୧୦,୩୬୮ ଜଣ ଏବଂ ୧୮ ତାରିଖ ୧୧,୬୦୭ ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ।

ଗତ ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ କୋଭିଡ ସଂକ୍ରମଣ ହାର କ୍ରମାଗତ ଭାବେ ହ୍ରାସ ପାଇଥିବାବେଳେ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ହାର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି।

Comment