ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୦୫ରୁ ୨୦୦୭ ମସିହା ମଧ୍ୟରେ ଜନ୍ମଗ୍ରହଣ କରିଥିବା ପିଲାମାନେ କୋଭିଡ ଟିକା ନେଇ ପାରିବେ। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେଉଁ ପିଲାମାନଙ୍କ ବୟସ ୧ ଜାନୁଆରି ୨୦୨୩ ସୁଦ୍ଧା ୧୫ ବର୍ଷ ହେଉଥିବ ସେମାନେ କୋଭିଡ ଟିକା ନେଇପାରିବେ। ଏନେଇ ଗୁରୁବାର ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ରାଜ୍ୟମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।

ଏବେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକାକରଣକୁ ନେଇ ଉପୁଜିଥିବା ଦ୍ଵନ୍ଦ ଦୂର ହୋଇଛି। କରୋନା ସଂକ୍ରମଣ ରୋକିବା ପାଇଁ ୧୫ରୁ ୧୮ ବର୍ଷ ବୟସ ପିଲାମାନଙ୍କର ଟିକାକରଣ ଚାଲିଛି। ୨୦୨୨ ଜାନୁଆରି ପହିଲାରୁ ପଞ୍ଜିକରଣ ଆରମ୍ଭ ହୋଇ ଜାନୁଆରି ୩ ତାରିଖଠାରୁ ପିଲାମାନଙ୍କର ଟିକାକରଣ କରାଯାଉଛି। କୋ-ଓ୍ୱିନ ଆପ୍ଲିକେସନରେ ପିଲାଙ୍କ ଟିକାକରଣ ପାଇଁ ପଞ୍ଜିକରଣ କରାଯାଇ ଟିକା ଦିଆଯାଉଛି। ଅନଲାଇନ ଓ ଅନସାଇଟରେ ରେଜିଷ୍ଟ୍ରେସନର ସୁବିଧା ମଧ୍ୟ ରହିଛି।

Comment