ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ସ୍ଵର୍ଗଦ୍ଵାରରେ ଶବଦାହ ଉପରେ ଲାଗୁ ହୋଇଥିବା କଟକଣାକୁ ହଟାଇ ଦିଆଯାଇଛି। କଟକଣା ହଟା ଯାଇଥିବା ନେଇ ଶୁକ୍ରବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମାତ୍ର ୧୦ ଜଣଙ୍କ ଉପସ୍ଥିତିରେ ଦାହ ସଂସ୍କାର କାର୍ଯ୍ୟ କରିବାକୁ ଅନୁମତି ରହିଛି।

ପୂର୍ବରୁ କୋଭିଟ ସଂକ୍ରମଣ ବୃଦ୍ଧିକୁ ଦେଖି ପୁରୀ ସ୍ଵର୍ଗଦ୍ଵାରରେ ଶବ ଦାହ ଉପରେ କଟକଣା ଲାଗୁ କରାଯାଇଥିଲା। ସ୍ଵର୍ଗଦ୍ଵାରରେ ଶବଦାହ ଉପରେ ଜାନୁଆରି ୧୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଥିଲା। ସ୍ଵର୍ଗଦ୍ଵାରରେ ବାହାର ଜିଲ୍ଲାର ଲୋକଙ୍କୁ ଶବଦାହ ପାଇଁ ଅନୁମତି ନଥିଲା। କେବଳ ପୁରୀ ଲୋକଙ୍କୁ ହିଁ ଏଠାରେ ଦାହ କାର୍ଯ୍ୟ କରିବାକୁ ଅନୁମତି ମିଳିଥିଲା। କଟକଣା ସମ୍ପର୍କରେ ଗତ ୮ ତାରିଖ ପୁରୀ ଉପଜିଲ୍ଲାପାଳ ଭବତରଣ ସାହୁ ସୂଚନା ଦେଇଥିଲେ।

Comment