ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନା କରିଛନ୍ତି। ତେବେ ଚଳିତ ବଜେଟ୍‌ରେ କେଉଁ ସାମଗ୍ରୀ ସବୁ ଶସ୍ତା ହେଲା ଏବଂ କେଉଁ ସାମଗ୍ରୀ ମହଙ୍ଗା ହେଲା, ଆସନ୍ତୁ ଜାଣିବା।

କ’ଣ ଶସ୍ତା ହେଲା?

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଉପସ୍ଥାପିତ କରିଥିବା ବଜେଟ୍ ଅନୁସାରେ ଚମଡ଼ା ସାମଗ୍ରୀ, କପଡ଼ା, ବିଦେଶରୁ ଆସୁଥିବା ମେସିନ୍, କୃଷି ଉପକରଣ, ମୋବାଇଲ ଫୋନ ଚାର୍ଜର, ହୀରା ଗହଣା, ରତ୍ନ ପଥର, ଇମିଟେସନ ଗହଣା ଆଦି ଶସ୍ତା ହେବ।

ସେହିପରି ପଲିସ ହିରା ଉପରେ ଆମଦାନୀ ଶୁଳ୍କ ୫ ପ୍ରତିଶତକୁ ହ୍ରାସ ପାଇବା ନେଇ ବଜେଟ୍‌ରେ କୁହାଯାଇଛି।କ’ଣ ମହଙ୍ଗା ହେଲା?

ଚଳିତ ବଜେଟ୍‌ରେ ବିଭିନ୍ନ ସାମଗ୍ରୀ ଶସ୍ତା ହୋଇଥିବା ବେଳେ ଛତା, ଇମ୍ପୋର୍ଟେଡ ସାମଗ୍ରୀ ଆଦି ମହଙ୍ଗା ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Comment