ଓଡ଼ିଶାଲାଇଭ୍ ବ୍ୟୁରୋ

AIIMS-Bhubaneswar OPD

ଆସନ୍ତା ଫେବ୍ରୁଆରି ୭ ତାରିଖରୁ ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାଲର ଓପିଡ଼ି ଖୋଲିବ। କୋଭିଡ ଗାଇଡ଼ ଲାଇନ ପାଳନ କରାଯାଇ ଓପିଡ଼ିରେ ରୋଗୀ ସେବା କାର୍ଯ୍ୟ ଜାରି ରହିବ। ଓପିଡ଼ି କାର୍ଯ୍ୟ ସୂଚାରୁ ରୂପେ ନିର୍ବାହ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ ସଂକ୍ରମଣ କମୁଥିବାରୁ ଏବଂ ରୋଗୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁନର୍ବାର ଓପିଡ଼ିରେ ରୋଗୀ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିବା ଏମ୍ସ ପକ୍ଷରୁ କୁହାଯାଇଛି।

ରାଜ୍ୟରେ କୋଭିଡର ତୃତୀୟ ଲହର ଶେଷ ହେବାକୁ ବସିଛି। ସଂକ୍ରମଣ ହାର ମଧ୍ୟ ଧୀରେ ଧୀରେ କମିବାକୁ ଲାଗିଛି। ଏହାକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ କଟକଣାକୁ କିଛି ପରିମାଣରେ କୋହଳ କରାଯାଇଛି। ସବୁ ପରସ୍ଥିତିକୁ ଦୃଷ୍ଟିରେ ରଖି ଏମ୍ସ ଓପିଡ଼ି ଖୋଲି ରୋଗୀଙ୍କୁ ସେବା ଯୋଗାଇବାକୁ ହସ୍ପିଟାଲ ପକ୍ଷରୁ ନିଷ୍ପତ୍ତି ହୋଇଛି। କୋଭିଡ କଟକଣା ପାଳନ, ସାମାଜିକ ଦରତା ସହ ମାସ୍କ ପରିଧାନ ପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି।

ରାଜ୍ୟରେ କୋଭିଡ ସଂକ୍ରମଣ ହାର ବୃଦ୍ଧି ପାଇବା ସହ ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାଲ ଅଧିକାଂଶ ଡାକ୍ତର ଏବଂ କର୍ମଚାରୀ କୋଭିଡ ଆକ୍ରାନ୍ତ ହୋଇଥିଲେ। ସଂକ୍ରମଣ ହାର ରୋକିବା ଦୃଷ୍ଟିରୁ ଗତ ଜାନୁଆରି ୧୭ ତାରିଖଠାରୁ ଓପିଡ଼ି ସେବା ବନ୍ଦ ରଖାଯାଇଥିଲା।

Comment