ଓଡ଼ିଶାଲାଇଭ୍ ବ୍ୟୁରୋ

ଫେବ୍ରୁଆରି ୭ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜ ଖୋଲିବା ନେଇ ଘୋଷଣା ହୋଇଥିଲା। ଏବେ ସ୍କୁଲ ଖୋଲିବା ସମୟ ଧାର୍ଯ୍ୟ ହୋଇଛି। ନବମରୁ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୧୦ଟାରୁ ୧ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ। ମଧ୍ୟାହ୍ନ ଭୋଜନ ପାଇଁ ପୂର୍ବଭଳି ଛାତ୍ରଛାତ୍ରୀଙ୍କୁ ସୁଖିଲା ରାସନ ଦିଆଯିବ। କୋଭିଡ ନିୟମ ପାଳନ କରାଯାଇ ସ୍କୁଲ ଖୋଲିବାକୁ ଶିକ୍ଷା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ ପରିସର ସଫା କରିବା ସହ ସାନିଟାଇଜ କାର୍ଯ୍ୟ ଆରମ୍ଭ କରାଯାଇଛି। ଆସନ୍ତା ୭ ତାରିଖରୁ ରାଜ୍ୟର ଅଷ୍ଟମରୁ ଊର୍ଦ୍ଧ୍ଵ ଶ୍ରେଣୀ, କଲେଜ, ବିଶ୍ଵ ବିଦ୍ୟାଳୟ ଏବଂ ଟ୍ରେନିଂ ସ୍କୁଲ ଆଦି ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯିବ। ଏହା ସହ ଆସନ୍ତା ୧୪ ତାରିଖରୁ କେଜିରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବ। ଏ ନେଇ ଗୁରୁବାର ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ସହାପାତ୍ର।

ସମସ୍ତ କୋଭିଡ ନିୟମ ପାଳନ କରି ସ୍କୁଲ ଖୋଲାଯିବ। ଦୂରତା ରକ୍ଷା କରି ପିଲାଙ୍କୁ ସ୍କୁଲ ପରିସରରେ ବସାଇବା ସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିବାକୁ ସ୍କୁଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ପାଇଁ ଉଭୟ ଅନଲାଇନ ଏବଂ ଅଫ୍ ଲାଇନ ପାଠପଢ଼ାର ସୁବିଧା ରହିବ।

Comment