ଓଡ଼ିଶାଲାଇଭ୍ ବ୍ୟୁରୋ

Khallikote university

ଆସନ୍ତା ଫେବ୍ରୁଆରି ୭ ତାରିଖ ରାଜ୍ୟର କଲେଜ ଏବଂ ବିଶ୍ଵବିଦ୍ୟାଳୟ ଖୋଲିବା ପୂର୍ବରୁ ୬ ତାରିଖ ସମସ୍ତ ହଷ୍ଟେଲ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଏବଂ ବିଶ୍ଵବିଦ୍ୟାଳୟକୁ ଚିଠିଲେଖି ଅବଗତ କରାଯାଇଛି।

କୋଭିଡ କଟକଣା ଯୋଗୁଁ ଗତ ଜାନୁଆରି ମାସରେ ସମସ୍ତ ସ୍କୁଲ, କଲେଜ ଏବଂ ବିଶ୍ଵବିଦ୍ୟାଳୟ ବନ୍ଦ ରହିବା ସହ ହେଷ୍ଟଲଗୁଡ଼ିକରେ ତାଲା ପଡ଼ିଥିଲା। ବର୍ତ୍ତମାନ କୋଭିଡର ତୃତୀୟ ଲହର ଶେଷ ହୋଇଆସୁଥିବାରୁ ସରକାର ସମସ୍ତ ସ୍କୁଲ କଲେଜ ଏବଂ ବିଶ୍ଵବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।

ଆସନ୍ତା ୭ ତାରିଖରୁ ରାଜ୍ୟର ଅଷ୍ଟମରୁ ଊର୍ଦ୍ଧ୍ଵ ଶ୍ରେଣୀ, କଲେଜ, ବିଶ୍ଵ ବିଦ୍ୟାଳୟ ଏବଂ ଟ୍ରେନିଂ ସ୍କୁଲ ଆଦି ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯିବ। ଏହା ସହ ଆସନ୍ତା ୧୪ ତାରିଖରୁ କେଜିରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବ। ଏ ନେଇ ଗୁରୁବାର ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ସହାପାତ୍ର।

Comment