ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ହାର ଉପର ତଳ ହେଉଥିବାବେଳେ ମୃତ୍ୟୁ ସଂଖ୍ୟାରେ ବେକ୍ ଲାଗୁନି। ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୨୨ ଜଣ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୭୭୧କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ୨୪ ତାରିଖ ରିପୋର୍ଟ ଅନୁସାରେ ରାଜ୍ୟରେ ୨୩ ଜଣ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା।

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ରହିଛନ୍ତି। କଟକ ଓ ସୁନ୍ଦରଗଡ଼ ଜିଲ୍ଲାର ୩ ଜଣ ଲେଖାଏଁ କୋଭିଡରେ ପ୍ରାଣ ହରାଇଛନ୍ତି। ସେହିପରି କେନ୍ଦୁଝର ଜିଲ୍ଲାର ଦୁଇ ଜଣ, ବାଲେଶ୍ଵରର ଦୁଇ ଜଣ, ଜଗତସିଂହପୁରର ଦୁଇ ଜଣ, ଗଞ୍ଜାମର ଦୁଇ ଜଣ, ସୋନପୁରର ଦୁଇ ଜଣ, ନୟାଗଡ଼ର ଦୁଇ ଜଣ, ନବରଙ୍ଗପୁର ଓ ବୌଦ୍ଧ ଜିଲ୍ଲାର ଦୁଇ ଜଣ ଲେଖାଏଁ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୩ ଜଣ ମହିଳା ଓ ସୋନପୁରର ଜଣେ ୮ ବର୍ଷର ନାବାଳିକା ରହିଥିବା ଜଣାପଡ଼ିଛି।

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୬୦୩ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୮ରୁ କମ୍ ବର୍ଷ ବୟସର ୩୪୯ ଜଣ ରହିଛନ୍ତି। ସଂଗରୋଧ କେନ୍ଦ୍ରରୁ ୧,୫୨୧ ଜଣ ରହିଥିବାବେଳେ ୧,୦୮୨ଟି ରହିଛି ଲୋକାଲ କେସ୍। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨୬,୯୬୫ଟି ସକ୍ରିୟ ମାମଲା ରହିଛି। ମୋଟ ପିଜିଟିଭଙ୍କ ସଂଖ୍ୟା ୧୨,୬୪,୭୦୫ରେ ପହଞ୍ଚିଛି। ୧୨,୨୮,୯୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comment