ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କୋଭିଡ ସଂକ୍ରମଣ ଏବେ ମଧ୍ୟ ଜାରି ରହିଛି। ୨୪ ଘଣ୍ଟା ମଧ୍ୟରେ ୧,୫୦୩ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୧ ଜଣଙ୍କର କୋଭିଡରେ ମୃତ୍ୟୁ ହୋଇଛି। ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୮,୭୭୫କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ସୁନ୍ଦରଗଡ଼ ଦୁଇଜଣ, ବାଲେଶ୍ଵର ଦୁଇଜଣ ଏବଂ କଟକ ଜିଲ୍ଲାର ଦୁଇଜଣଙ୍କର କୋଭିଡରେ ମୃତ୍ୟୁ ହୋଇଛି। ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ନୂଆପଡ଼ା, ପୁରୀ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଅଛନ୍ତି।

ଚିହ୍ନଟ ହୋଇଥିବା ନୂଆ କୋଭିଡ ଆକ୍ରାନ୍ତଙ୍କ ମଧ୍ୟରେ ୧୮ରୁ କମ୍ ବର୍ଷ ବୟସର ୩୨୯ ଜଣ ରହିଛି। ସଂଗରୋଧ କେନ୍ଦ୍ରରୁ ୮୭୩ ଜଣ ଏବଂ ୬୩୦ଟି ଲୋକାଲ କେସ୍ ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୩ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ୧୫୭ ଜଣ, ମୟୁରଭଞ୍ଜରୁ ୧୦୮ ଜଣ, କଟକରୁ ୮୩ ଜଣ, ଷ୍ଟେଟ ପୁଲରୁ ୬୧ ଜଣ, ଅନୁଗୁଳରୁ ଓ ଯାଜପୁରୁ ୫୫ ଜଣ ଲେଖାଏଁ ଆକ୍ରାନ୍ତ ଏବଂ ପୁରୀରୁ ୫୪ ଜଣ ଓ ନୟାଗଡ଼ରୁ ୫୩ ଜଣ ଚିହ୍ନଟ ହୋଇଛନ୍ତି।

ସେହିଭଳି ଢେଙ୍କାନାଳ ଓ ଜଗତସିଂହପୁରରୁ ୪୨ ଜଣ, କଳାହାଣ୍ଡିରୁ ୪୦ ଜଣ, ଗଜପତିରୁ ୩୭, ବଲାଙ୍ଗୀରରୁ ୩୩ ଜଣ, ବାଲେଶ୍ୱରରୁ ୩୦ ଜଣ, ବରଗଡ଼ରୁ ୨୧ ଜଣ, ଭଦ୍ରକରୁ ୨୦ ଜଣ, ବୌଦ୍ଧ ଜିଲ୍ଲାରୁ ୧୦, ଦେବଗଡ଼ରୁ ୨୫ ଜଣ, ଗଞ୍ଜାମ ଓ ସମ୍ବଲପୁରରୁ ୨୬ଜଣ, ଝାରସୁଗୁଡ଼ାରୁ ୧୭ ଜଣ, କନ୍ଧମାଳରୁ ୧୭ ଜଣ, କେନ୍ଦ୍ରାପଡ଼ାରୁ ୧୯ ଜଣ, କେଉଁଝରରୁ ୩୬ ଜଣ,  ମାଲକାନଗିରିରୁ ୮ ଜଣ, ନବରଙ୍ଗପୁରରୁ ୧୯ନୂଆପଡ଼ାରୁ ୨୫ ଜଣ, ରାୟଗଡ଼ାରୁ ୩୧ ଜଣ, ସୋନପୁରରୁ ୨୨ ଓ କୋରାପୁଟରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Comment