ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଉଗ୍ର ରୂପ ଧାରଣ କରିଛି। ଏବେ ଭୟରେ ଦେଶ ଛାଡ଼ୁଛନ୍ତି ୟୁକ୍ରେନ ନାଗରିକ। ୟୁକ୍ରେନ ଆମେରିକାର ସହାୟତାକୁ ନା କହିଥିବାବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହାୟତା ଲୋଡ଼ିଛି।

  • ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହାୟତା ଲୋଡିଲେ ୟୁକ୍ରେନ ରାଷ୍ଟ୍ରପତି
  • ପୋଲାଣ୍ଡ ଏବଂ ଚେକ ରିପବ୍ଲିକ ପାଇଁ ନିଜ ଏୟାର ସ୍ପେସ୍ ବନ୍ଦ କଲା ରୁଷ
  • କ୍ଵିଭର ବଡ଼ ବଡ଼ ଅଟାଳିକା ଉପରେ ରୁଷର ମିଶାଇଲ ମାଡ଼
  • ଦେଶ ଛାଡ଼ୁଛନ୍ତି ୟୁକ୍ରେନ ନାଗରିକ
  • ଯୁଦ୍ଧ ଯୋଗୁଁ ୧ ଲକ୍ଷ ୨୦ ହଜାର ୟୁକ୍ରେନ ନାଗରିକ ଦେଶ ଛାଡ଼ିଥିବା ସୂଚନା
  • କ୍ଵିଭରେ କର୍ଫ୍ୟୁ ଜାରି
  • କ୍ଵିଭଠାରୁ ୩୦ କିମି ଦୂରରେ ରୁଷ ସେନା
  • ୟୁକ୍ରେନ କବ୍ଜାରେ ୪ ରୁଷ ସୈନିକ
  • ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ପ୍ରାଣ ହରାଇଛନ୍ତି ୩,୫୦୦ ସୈନ୍ୟ : ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ
  • ପ୍ରଥମ ଦଫାରେ ୟୁକ୍ରେନରୁ ଦେଶକୁ ଫେରିବେ ୪୭୦ ଜଣ ଛାତ୍ରଛାତ୍ରୀ
  • ୟୁକ୍ରେନରୁ ଭାରତୀୟଙ୍କୁ ଧରି ମୁମ୍ବାଇ ଏୟାର ପୋର୍ଟ ଅଭିମୁଖେ ପ୍ରଥମ ଉଡ଼ାଣ ଆରମ୍ଭ
  • ୟୁକ୍ରେନକୁ ସୈନ୍ୟ ସହାୟତା ଦେବାକୁ ଘୋଷଣା କଲା ଆମେରିକା
  • ୟୁକ୍ରେନରେ ଯୁଦ୍ଧ ଜାରି ରହିବ, ବିଶ୍ଵବାସୀଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ
  • ରୁଷ ରାଷ୍ଟ୍ରପତି ଏବଂ ବୈଦେଶୀକ ମନ୍ତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲାଗୁ କରିବାକୁ ଘୋଷଣା କଲା ଆମେରିକା, ୟୁରୋପୀୟ ସଂଘ, ବ୍ରିଟେନ ଏବଂ କାନାଡ଼ା
  • ରୁଷକୁ ରୋକିବା ପାଇଁ ସୈନ୍ୟ ପଠାଉଛି ନାଟୋ
  • ଅସ୍ତ୍ର ତ୍ୟାଗ କରିବା ମୁଡରେ ନାହିଁ ୟୁକ୍ରେନ
  • ୪ଟି ବିମାନରେ ଫେରିବେ ୟୁକ୍ରେନରେ ଫସି ରହିଥିବା ଭାରତୀୟ
  • ରୁଷର ଆକ୍ରମଣ ପରେ ସେନା ମୁତୟନ କରିବାକୁ ଘୋଷଣା କଲା ନାଟୋ
  • ରୁଷର ୮୦ଟି ଟ୍ୟାଙ୍କର ଏବଂ ୨୦ କ୍ରୁଜ ମିସାଇଲ ଧ୍ଵଂସ କଲା ୟୁକ୍ରେନ
  • ୟୁକ୍ରେନ ସହ ଆଲୋଚନା କରିବାକୁ ରୁଷ ପଠାଇବ ପ୍ରତିନିଧି ଦଳ ୟ
  • ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ରୁଷ ବିରୋଧୀ ପ୍ରସ୍ତାବ, ଭୋଟ ଦେଲାନି ଭାରତ
  • ୟୁକ୍ରେନ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ହେଲପ ଡେସ୍କ ଗଠନ କଲେ ହଙ୍ଗେରି ସରକାର
  • ୟୁକ୍ରେନ ବର୍ଡର ନିକଟରେ ୩ ଆମେରିକା ବିମାନ, ଗୁପ୍ତ ତଥ୍ୟ ସଂଗ୍ରହ କରୁଛି ଗୋଟିଏ ବିମାନ
  • ରୁଷ ପାଇଁ ଏୟାର ସ୍ପେସ ବନ୍ଦ କଲା ବୁଲଗେରିଆ

Comment