ଓଡ଼ିଶାଲାଇଭ୍ ବ୍ୟୁରୋ

 

ରାଜ୍ୟରେ କୋଭିଡ ସଂକ୍ରମଣ ହାର କମିବାରୁ ସୋମବାରଠାରୁ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଛି। ୩ରୁ ୬ ବର୍ଷର ଶିଶୁ ସକାଳ ୭ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠପଢ଼ିବେ। କୌଣସି ସ୍ଥାନରେ କିଛି ସମସ୍ୟା କିମ୍ବା କୋଭିଡ ମାମଲା ସାମ୍ନାକୁ ଆସିଲେ ସ୍ଥାନୀୟ ପ୍ରଶାସନ କେନ୍ଦ୍ର ଖୋଲିବା କିମ୍ବା ନଖୋଲିବା ଉପରେ ନିଷ୍ପତ୍ତି ନେବେ। ଆଜି ଅଙ୍ଗନବାଡି କେନ୍ଦ୍ର ଖୋଲିବା ପୂର୍ବରୁ ସମସ୍ତ କର୍ମୀଙ୍କର ଟିକାକରଣ କରାଯାଇଛି। ଗତ ମାର୍ଚ୍ଚ ୨୩ ତାରିଖରେ ଅଙ୍ଗନବାଡି କେନ୍ଦ୍ର ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏସ୍‌ଓପି ଜାରି କରାଯାଇଥିଲା।

କେନ୍ଦ୍ର ଖୋଲିବା ପୂର୍ବରୁ ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ସାନିଟାଇଜ କରାଯିବା ସହ କେନ୍ଦ୍ର ପରିସରକୁ ପରିଷ୍କାର ପରିଚ୍ଛନ୍ନ କରାଯାଇଛି। ଅଙ୍ଗନବାଡି କେନ୍ଦ୍ରରେ ପ୍ରତିଦିନ ଶିଶୁମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ, ପୁଷ୍ଟିକର ଖାଦ୍ୟ ଦିଆଯିବ ଏବଂ ସ୍ଵାସ୍ଥ୍ୟଗତ ଶିକ୍ଷା ଦିଆଯିବ। ସକାଳ ଜଳଖିଆ ସହ ଶିଶୁମାନଙ୍କୁ ଗରମ ରନ୍ଧା ଖାଦ୍ୟ ଖାଇବାକୁ ଦିଆଯିବ। କେନ୍ଦ୍ରରେ କୋଭିଡ ୧୯ର ସମସ୍ତ ନିୟମ ପାଳନ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି।

Tags: #AnganwadiCentre #ReopenAnganwadiCentre #AnganwadiStaff #CovidVaccine #OdishaAnganwadiCentre

Comment