ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଫେରୁଛି କୋଭିଡ। ଦେଶରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪,୫୧୮ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେରଳ ଏବଂ ମହାରାଷ୍ଟ୍ରରେ କୋଭିଡ ସ୍ଥିତି ଚିନ୍ତାଜନକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯ ଜଣ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

ଦେଶରେ ୨୪ ଘଣ୍ଟା ମଧ୍ୟରେ ମୋଟ ୪,୫୧୮ଟି ନୂଆ କୋଭିଡ ମାମଲା ସାମ୍ନାକୁ ଆସିଥିବାବେଳେ ୨,୭୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ଦେଶରେ ମୋଟ ୨୫,୭୮୨ଟି ସକ୍ରିୟ ମାମଲା ରହିଛି। ଦେଶର ୫ଟି ରାଜ୍ୟରେ କୋଭିଡ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଏହି ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ, କେରଳ ଏବଂ ହରିଆଣା। କେରଳରେ ୧,୫୪୪ ଜଣ, ମହାରାଷ୍ଟ୍ରରେ ୧,୪୯୪ ଜଣ, ଦିଲ୍ଲୀରେ ୩୪୩ ଜଣ, କର୍ଣ୍ଣାଟକରେ ୩୦୧ ଜଣ ଏବଂ ହରିଆଣାରେ ୧୪୮ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦେଶରେ ରେକର୍ଡ ହୋଇଥିବା ମୋଟ କୋଭିଡ ମାମଲା ମଧ୍ୟରୁ ୮୪.୭୭ ପ୍ରତିଶତ ମାମଲା କେବଳ ଏହି ୫ ରାଜ୍ୟର ରହିଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦେଶରେ ମୋଟ କୋଭିଡ ଆକ୍ରାନ୍ତଙ୍କ ମଧ୍ୟରୁ ୯୮.୭୩ ପ୍ରତିଶତ ସୁସ୍ଥ ହୋଇଥିବାବେଳେ ୨୪ ଘଣ୍ଟା ମଧ୍ୟରେ ୨,୭୭୯ ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Tags: #Covid19 #Corona #CoronaVirus #CovidCasesRise

Comment