ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନ ଦେଶରେ କୋଭିଡ ସଂକ୍ରମଣ ହାର ବୃଦ୍ଧିକୁ ନେଇ ଚିନ୍ତା ବଢ଼ିଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭,୩୩୬ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇ ୪,୩୩,୬୨,୨୯୪ରେ ପହଞ୍ଚିଛି। ଭାରତରେ ୧୨୪ ଦିନ ପରେ ଦୈନିକ ସଂକ୍ରମଣ ହାର ୩୦ ପ୍ରତିଶତ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଦିନ ସକାଳେ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ ଭାରତରେ କୋଭିଡ ସଂକ୍ରମଣ ହୋଇଥିବା ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ୨୦ ଜଣ କୋଭିଡ ଆକ୍ରାନ୍ତ ପ୍ରାଣ ହରାଇଥିବା ସୂଚନା ମିଳିଛି। ବର୍ତ୍ତମାନ ଦେଶରେ ମୋଟ ୯୧,୭୭୯ଟି ସକ୍ରିୟ ମାମଲା ରହିଛି।

ସେହିପରି ଓଡ଼ିଶାରେ ମଧ୍ୟ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୯ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୯ ଜଣ, ସଂଗରୋଧ କେନ୍ଦ୍ରରୁ ୪୨ ଜଣ ୨୭ଟି ଲୋକାଲ କେସ୍ ରହିଛି।

ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାର ଚିହ୍ନଟ ହୋଇନ୍ତି । ଏଠାରେ ୨୬ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକର ୧୩ ଜଣ,  ବାଲେଶ୍ଵର ଜିଲ୍ଲାର ୫ ଜଣ, ଯାଜପୁର ଜିଲ୍ଲାର ୨ ଜଣ ଏବଂ ବଲାଙ୍ଗିର, ଜଗତସିଂହପୁରର ଓ କଳାହାଣ୍ଡି ଜିଲ୍ଲାର ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ୪୫୬ଟି ଆକ୍ଟିଭ୍ କେସ୍ ରହିଛି।

Tags: #Covid #CoronaVirus #CovidActiveCase

Comment