ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଯୋଡ଼ି ହେଲା ଆଉ ଏକ ନୂତନ ଅଧ୍ୟାୟ। ନେତ୍ର ଉତ୍ସବ ଅବସରରେ ବହୁ ପ୍ରତୀକ୍ଷିତ ନୟାଗଡ଼ ଜିଲ୍ଲା ନୂଆଗାଁଠାରୁ ପୁରୀକୁ ରେଳ ଚଳାଚଳର ଶୁଭାରମ୍ଭ ହୋଇଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ନୂଆଗାଁ ରେଳ ଷ୍ଟେସନକୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି।

ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହି ନୂଆଗାଁଠାରେ ପୁରୀକୁ ଚାଲିବାକୁ ଥିବା ସ୍ଵତନ୍ତ୍ର ରେଳ ଚଳାଚଳର ଶୁଭାରମ୍ଭ କରିଥିଲେ। ଓଡ଼ିଶାରେ ରେଳ ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ପ୍ରକାଶ କରିବା ସହ ଖୁବଶୀଘ୍ର ଓଡ଼ିଶାର ସମସ୍ତ ରେଳ ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରାଯିବା ସହିତ ରେଳ ସଂପ୍ରସାରଣକୁ ପ୍ରାଥମିକତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବହୁ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଶୀଘ୍ର ଦଶପଲ୍ଲା ପର୍ଯ୍ୟନ୍ତ ରେଳ ଚଳାଚଳର ବ୍ୟବସ୍ଥା କରିବାକୁ ରେଳମନ୍ତ୍ରୀ ନିକଟରେ ଦାବି ରଖିଥିଲେ। କାର୍ଯ୍ୟକ୍ରମରେ ରେଳ ବିଭାଗର ଜି ଏମ ଶରଦ କୁମାର ଶ୍ରୀବାସ୍ତବ, ଡି ଆର୍ ଏମ ରୀଙ୍କେଶ ରଏ ପ୍ରମୁଖ ଯୋଗ ଦେଇଥିଲେ।

Tags: #RailwayDept #TrainFacility #NayagarhPuriTrainService

Comment