ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଦିନକୁ ଦିନ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କୋଭିଡର ଅଣାୟତ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮,୯୩୦ ଜଣ ନୂଆ କୋଭିଡ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। କୋଭିଡରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଦେଶର ୫ଟି ରାଜ୍ୟରେ ସଂକ୍ରମଣ ହାର ସର୍ବାଧିକ ରହିଛି। ଏହି ରାଜ୍ୟଗୁଡ଼ିକ ହେଲା କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକ। କେରଳରେ ୪,୧୧୩ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ମହାରାଷ୍ଟ୍ରରେ ୩,୧୪୨, ତାମିଲନାଡୁରେ ୨,୭୪୩, ପଶ୍ଚିମବଙ୍ଗରେ ୨,୩୫୨ ଏବଂ କର୍ଣ୍ଣାଟକରେ ୧,୧୨୭ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧.୧୯,୪୫୭ରେ ପହଞ୍ଚିଛି। ୨୪ ଘଣ୍ଟା ମଧ୍ୟରେ ୧୪,୬୫୦ ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Tags: #Covid19 #CoronaVirus #CovidDeath #CovidCases













