ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ କୋଭିଡ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୦ ଜଣ ନୂଆ କୋଭିଡ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୨୭୬ ଜଣ, ଲୋକାଲ କଣ୍ଟାକ୍ଟ ୧୯୪ଟି ଥିବାବେଳେ ୧୮ ବର୍ଷରୁ କମ୍ ବୟସର ରହିଛନ୍ତି ୪୯ ଜଣ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୧ ଜଣ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ରାଜ୍ୟରେ କୋଭିଡରେ ଆକ୍ରାନ୍ତ ହୋଇଥିବା ୨୧୮ ସୁସ୍ଥ ହୋଇଛନ୍ତି। ଏବେ ସକ୍ରିୟ ମାମଲା ୨,୪୮୭ରେ ପହଞ୍ଚିଛି।

ଜୁଲାଇ ୭ ତାରିଖ ରିପୋର୍ଟ ଅନୁସାରେ ରାଜ୍ୟରେ ୪୨୮ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ କେବଳ ୧୮୩ ଜଣ ରହିଥିଲେ। ସେହିପରି ଜୁଲାଇ ୬ ତାରିଖ ରିପୋର୍ଟ ଅନୁସାରେ ୪୦୧ ନୂଆ କୋଭିଡ ଆକ୍ରନ୍ତ ଚିହ୍ନଟ ହୋଇଥିବାବେଳେ ଜୁଲାଇ ୫ ତାରିଖରେ ୩୩୪ ଜଣ, ୪ ତାରିଖରେ ୨୪୫ ଜଣ ଓ ୩ ତାରିଖରେ ୩୪୬ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତ ୫ ଦିନର ରିପୋର୍ଟକୁ ଦେଖିଲେ କ୍ରମାଗତ ଭାବେ କୋଭିଡ ସଂକ୍ରମଣ ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଇଛି।

Tags: #Health #Care #Covid19 #CoronaVirus #Precution #CovidCase

Comment