ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କୋଭିଡ ସଂକ୍ରମଣ ଏବେ ଚିନ୍ତା ବଢ଼ାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୦୪ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୩ ତାରିଖରେ ୭୪୩ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଆଜିର ରିପୋର୍ଟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୭ ଜଣ ରହିଛନ୍ତି। କଟକରୁ ୧୧୯ ଜଣ ରହିଥିବାବେଳେ ସୁନ୍ଦରଗଡ଼ରୁ ୮୦ ଜଣ ଏବଂ ଷ୍ଟେଟପୁଲରୁ ୭୧ ଜଣ ରହିଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ରୁ କମ୍ ବୟସର ୭୧ ଜଣ ରହିଥିବାବେଳେ ସଂଗରୋଧ କେନ୍ଦ୍ରରୁ ୪୭୧ ଜଣ ଏବଂ ୩୩୩ଟି ଲୋକାଲ ମାମଲା ରହିଛି।

ଦିନକୁ ଦିନ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସତର୍କ ରହିବା ଲାଗି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ରଥ ଯାତ୍ରା ସରିଛି ଏବଂ ବିଭିନ୍ନ ଅଞ୍ଚଳରୁ ଭକ୍ତ ପୁରୀରେ ସମାଗମ ହୋଇ ଫେରିଛନ୍ତି।  ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ଥିବାର ସବୁ ଜିଲ୍ଲାର ଜିଲ୍ଲା ପ୍ରଶାସନକୁ ସ୍ଥିତି ଉପରେ ନିଜର ରଖିବାକୁ ପରାମର୍ଶ ଦିଆଯାଇଛି। ଯେଉଁମାନେ କୋଭିଡ ଟିକା ନେଇ ନାହାନ୍ତି ସେମାନଙ୍କୁ ଟିକା ନେବା ପାଇଁ କହିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ।

Tags: #Covid19 #Corona #CovidinOdisha

Comment