ଓଡ଼ିଶାଲାଇଭ୍ ବ୍ୟୁରୋ

କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି। ଓଡ଼ିଶୀ ନୃତ୍ୟରେ ନମଃ ଭାରତମ୍ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଛି। ଦର୍ଶକମାନେ ଏହି ନୃତ୍ୟକୁ ମନଭରି ଉପଭୋଗ କରିଛନ୍ତି। ଦର୍ଶକ ଗ୍ୟାଲେରୀରେ ଭାରତ ମାତା କି ଜୟ ଧ୍ଵନିରେ ପ୍ରକମ୍ପିତ ହୋଇଥିଲା।

ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ପାଦ ଦେଶରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚରେ ଓଡ଼ିଶୀ ଓ ମୋହିନି ଆଟ୍ଟ୍ୟମ ନୃତ୍ୟ ପରିବେଷଣ କରାଯାଇଥିଲା।

ଏହି ଅବସରରେ ଅତିଥି ଭାବେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଓଡ଼ିଶା ଉଚ୍ଚ ନ୍ୟାଳାୟଳର ମୁଖ୍ୟ ବିଚାରପତି ଏସ୍ ମୁରଲୀଧର, ନ୍ୟାୟମୂର୍ତ୍ତି ଯୋଶେବନ୍ତ ସିଂ, ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସୂଚନା ଲୋକ ସଂପର୍କ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ପ୍ରଥମ ପ୍ରସ୍ତୁତିରେ କଲିକତା ମୟୂର ଲଳିତ ଡ୍ୟାନ୍ସ ଏକେଡେମୀର ଶିଳ୍ପୀ ଦେବସ୍ମିତା ସେନ୍ ଗୁପ୍ତା ଓ ସାଥିମାନେ ନୁପୁରର ଝଙ୍କାର ସହ ଦେଶାତ୍ମକବୋଧ ନମଃ ଭାରତମ୍ ଉପସ୍ଥାପନା ଦର୍ଶକଙ୍କ ମଧ୍ୟରେ ଦେଶପ୍ରେମ ଭାବକୁ ଉଦ୍ରେକ କରିଥିଲା।

ସେହିପରି ଓଡ଼ିଶୀରେ ଶୁଦ୍ଧ ନୃତ୍ୟ ମାନକୋଂଶ ପଲ୍ଲବୀ , କୃତିବାସ ରାମାୟଣ ଆଧାରିତ ନୟନା ପ୍ରଣାମ ପରିବେଶଷ କରିଥିଲେ। ଦ୍ଵିତୀୟ ଚରଣରେ ସୁନାମଧନ୍ୟ ପରମାନନ୍ଦ ନଟମ୍, ଆଜ ଆୟ ଶ୍ୟାମମୋହନ ଓ ଭଜଗୋବିନ୍ଦଙ୍କ ଦ୍ଵାରା ମୋହିନୀ ଆଟ୍ଟମ ନୃତ୍ୟ ଚିତ୍ରଗମ୍ ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା।

ଏହି କାର୍ଯ୍ୟକ୍ରମକୁ ଡକ୍ଟର ମୃତ୍ୟୁଞ୍ଜୟ ରଥ, ଡକ୍ଟର ନଜିଆ ଆଲାମ୍ ଉପସ୍ଥାପନା କରିଥିବାବେଳେ ଡକ୍ଟର ସଙ୍ଗୀତା ଗୋସ୍ଵାଇଁଙ୍କ ସହ ପର୍ଯ୍ୟଟନ ଅଧିକାରୀ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ପଦାଧିକାରୀ ପରିଚଳନା କରିଥିଲେ।

#KonarkFestival2022 #Odissi #DebamitraSengupta #KolkataMayurLalitDanceAcademy #Mohiniyattam #GroupofDasyamCentre

Comment