ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ପାବନ କ୍ଷେତ୍ରରେ ଗୁରୁବାର ଦିନ ଧୁମଧାମରେ ପାଳନ ହୋଇଯାଇଛି ଶ୍ରୀରାମ ନବମୀ ଉତ୍ସବ। ୯ ଦିନ ଧରି ଚାଲିବ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ। ଗୁରୁବାର ସନ୍ଧ୍ୟାରୁ ୯ ଦିନ ଯାଏଁ ଶ୍ରୀରଘୁନାଥ ଜୀଉ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

ଜିଲ୍ଲାର ସମସ୍ତ ମଠ, ମନ୍ଦିର ଏବଂ ଆଶ୍ରମରେ ଶ୍ରୀରାମ ନବମୀ ଉତ୍ସବ ପାଳନ କରାଯାଇଛି। ନଅ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବ ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ। ରାମାୟଣ କଥାବସ୍ତୁକୁ ନେଇ ପ୍ରଭୁଙ୍କର ବିଭିନ୍ନ ବେଶକୁ ସନ୍ଧ୍ୟାରେ ଦର୍ଶନ କରିବେ ଭକ୍ତ। କେବଳ ଜିଲ୍ଲା ନୁହେଁ ଜିଲ୍ଲା ବାହାରୁ ମଧ୍ୟ ଏଠାକୁ ଭକ୍ତଙ୍କର ଆଗମନ ହୋଇଥାଏ ଶ୍ରୀରଘୁନାଥ ଜୀଉଙ୍କ ସନ୍ଧ୍ୟା ବେଶ ଦର୍ଶନ ଲାଗି।

ଉତ୍ସବ ଅବସରରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ନଗର ପରିକ୍ରମା କରିବା ସହ ଦେବନୀତି ସହ ପାଣିଖେଳ ଅନୁଷ୍ଠିତ ହେବ। ୯ ଦିନ ସନ୍ଧ୍ୟାରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ସନ୍ଧ୍ୟା ବେଶ ଅନୁଷ୍ଠିତ ହେବ। ଏହି ବେଶଗୁଡ଼ିକ ମଧ୍ୟରେ ଜନ୍ମ ନାରାୟଣ, ଗଙ୍ଗାପାର, ଅହଲ୍ୟା ଉଦ୍ଧାର, ସୀତାବିବାହ, ଅଷ୍ଠାବଧାନ ଏବଂ ରାଜାଭିଷେକ ଆଦି ସ୍ୱତନ୍ତ୍ର ରହିଛି।

Tags: #ShreeRamnavami #Nayagarh #Odagaon #Festival

LEAVE A REPLY

Please enter your comment!
Please enter your name here