ଓଡ଼ିଶାଲାଇଭ୍ ବ୍ୟୁରୋ

 

ଏବେ କିଙ୍ଗ୍ ଚାର୍ଲସ ତୃତୀୟ ବିଧିବଦ୍ଧ ଭାବେ ବ୍ରିଟେନର ରାଜ ହୋଇଛନ୍ତି। ଶନିବାର ଦିନ ତାଙ୍କର ରାଜ୍ୟାଭିଷେକ କରାଯାଇଛି। ଏନେଇ ଇଂଲଣ୍ଡର ୱେଷ୍ଟ ମିନିଷ୍ଟର ଆବିରେ ଭବ୍ୟ ସମାରୋହର ଆୟୋଜନ କରଯାଇଥିଲା ଏଠାରେ ଚାର୍ଲସ ଫିଲିପ୍ ଆର୍ଥର ଜର୍ଜ ବା କିଙ୍ଗ୍ ଚାର୍ଲସ ତୃତୀୟ  ବ୍ରିଟେନର ସିଂହାସନରେ ବସିଛନ୍ତି। ଚାର୍ଲସଙ୍କ ଏହି ରାଜ୍ୟାଭିଷେକକୁ ନେଇ ଇଂଲଣ୍ଡର ଲୋକଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି।

କିଙ୍ଗ୍ ଚାର୍ଲସଙ୍କ ରାଜ୍ୟାଭିଷେକ ପରେ ସେ ବ୍ରିଟେନର ୪୦ ତମ ରାଜା ବନିଛନ୍ତି। ସେ ସବୁଠୁ ବୟସ୍କ ରାଜା ଭାବେ ସିଂହାସନ ଆରୋହଣ କରିଛନ୍ତି। ୭୪ ବର୍ଷ ବୟସରେ ସେ ରାଜା ହୋଇଛନ୍ତି। ତାଙ୍କ ରାଜ୍ୟାଭିଷେକ ବେଳେ ସେ ୫୦୦ ବର୍ଷ ପୁରୁଣା ସ୍ଵର୍ଣ୍ଣ ରାଜମୁକୁଟ ପିନ୍ଧିଥିଲେ। ଏହି ସମୟରେ ତାଙ୍କ ପତ୍ନୀ ରାଣୀ କ୍ୟାମିଲା ମଧ୍ୟ ଉପସ୍ଥିତ ଥିଲେ।

ବ୍ରିଟେନରେ ୭୦ ବର୍ଷ ପରେ କୌଣସି ରାଜାଙ୍କ ରାଜ୍ୟାଭିଷେକ ଉତ୍ସବ ଆୟୋଜିତ ହୋଇଛି। ଏହି ଉତ୍ସବ ପାଇଁ ୧୦୦ ମିଲିୟନ ପାଉଣ୍ଡ ବା ୧ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। କିଙ୍ଗ୍ ଚାର୍ଲସଙ୍କୁ ସ୍ଵାଗତ କରିବା ପାଇଁ ବକିଙ୍ଗ ହ୍ୟାମ ପ୍ୟାଲେସରୁ ୱେଷ୍ଟ ମିନିଷ୍ଟର ଆବି ଯାଏଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

କିଙ୍ଗ୍ ଚାର୍ଲସଙ୍କ ଏହି ରାଜ୍ୟାଭିଷେକରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ରିଷି ସୁନାକ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକରନ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଓ ଇଂଲଣ୍ଡର କିଛି ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଏହାଛଡ଼ା ବିଶ୍ଵର ନାମିଦାମୀ କଳାକାର, ଖେଳାଳି ଓ ଅନ୍ୟ ସେଲିବ୍ରିଟିମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ।

Tags: #KingCharls #Coronation #GreatBriten

Comment