ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରିଟେନରେ ଆତଙ୍କ ଖେଳାଇଥିବା ନୂଆ ପ୍ରଜାତିର କରୋନା ଏବେ ଭାରତରେ ବି ଏଣ୍ଟ୍ରି କରିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ତାଜା ତଥ୍ୟ ଅନୁସାରେ ବ୍ରିଟେନରୁ ଫେରିଥିବା ୬ ଜଣ ଭାରତୀୟଙ୍କଠାରେ ନୂଆ କରୋନା ଭାଇରସ ଚିହ୍ନଟ ହୋଇଛି।

ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଥିବା ୬ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କ ନମୁନା ବେଙ୍ଗାଳୁରୁର ନିମହାନ୍‌ସରେ, ୨ ଜଣଙ୍କ ନମୁନା ହାଇଦ୍ରାବାଦର ସିସିଏମବି ଏବଂ ଅନ୍ୟ ଜଣଙ୍କ ନମୁନା ପୁଣେର ନାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି (ଏନଆଇଭି)ରେ ପରୀକ୍ଷା କରାଯାଇଥିଲା। ଏସବୁ ନମୁନାରେ ନୂଆ ଷ୍ଟ୍ରେନ ଥିବା ଚିହ୍ନଟ ହୋଇଛି।

ନଭେମ୍ବର ୨୫ରୁ ଡ଼ିସେମ୍ବର ୨୩ ତାରିଖ ସୁଦ୍ଧା ବ୍ରିଟେନରୁ ପାଖାପାଖି ୩୩ ହଜାର ଲୋକ ଫେରିଛନ୍ତି। ସମସ୍ତଙ୍କୁ ଟ୍ରାକ୍ କରାଯାଇ ଟେଷ୍ଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୧୪ଜଣଙ୍କ ଦେହରେ କରୋନା ପଜିଟିଭ୍ ମିଳିଛି। ଏହାପରେ ସମସ୍ତ ସାମ୍ପୁଲକୁ ଦେଶର ୧୦ଟି ଲ୍ୟାବକୁ ପଠାଯାଇଥିଲା।

Comment