ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଆଉ ୧୪ ଜଣଙ୍କଠାରେ ନୂଆ ପ୍ରଜାତିର କରୋନା ଷ୍ଟ୍ରେନ ଚିହ୍ନଟ ହୋଇଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ୨୦ ଜଣଙ୍କଠାରେ ବ୍ରିଟେନରେ ଆତଙ୍କ ଖେଳାଇଥିବା ଏହି ଭାଇରସ ଚିହ୍ନଟ ହୋଇଛି। ତାଜା ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ମଧ୍ୟରେ ଦିଲ୍ଲୀ ଲ୍ୟାବରେ ସର୍ବାଧିକ ୮ ଜଣଙ୍କ ସାମ୍ପୁଲ ଚିହ୍ନଟ କରାଯାଇଛି।

ସଂକ୍ରମିତ ସମସ୍ତ ବ୍ୟକ୍ତି ନିଜ ନିଜ ରାଜ୍ୟ ସରକାରଙ୍କ ଗାଇଡାଲାଇନ ଅନୁସାରେ ଆଇସୋଲେସନରେ ଅଛନ୍ତି। ଏବେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଆରମ୍ଭ ହୋଇଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ନଭେମ୍ବର ୨୫ରୁ ଡ଼ିସେମ୍ବର ୨୩ ତାରିଖ ସୁଦ୍ଧା ବ୍ରିଟେନରୁ ପାଖାପାଖି ୩୩ ହଜାର ଲୋକ ଫେରିଛନ୍ତି। ସମସ୍ତଙ୍କୁ ଟ୍ରାକ୍ କରାଯାଇ ଟେଷ୍ଟ କରାଯାଉଛି। ଦେଶର ଭିନ୍ନ ଭିନ୍ନ ଲ୍ୟାବକୁ ସେମାନଙ୍କ ସାମ୍ପୁଲ ପଠାଯାଉଛି। ଏହି ଭାଇରସ ଏବେ ଡେନମାର୍କ, ନେଦରଲାଣ୍ଡ, ଅଷ୍ଟ୍ରେଲିଆ, ଇଟାଲି, ସ୍ୱିଡେନ, ଫ୍ରାନ୍ସ, ସ୍ପେନ, ସ୍ୱିଜରଲାଣ୍ଡ, ଜର୍ମାନୀ, କାନାଡା, ଜାପାନ, ଲେବାନନ, ସିଙ୍ଗାପୁରରେ ପହଞ୍ଚିଛି।

Comment