ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ କେରଳ ଉପକୂଳ ଛୁଇଁବ। ଏବେ ମୌସୁମୀ ବାୟୁ ଆରବ ସାଗର ଉପରେ ରହିଥିବାବେଳେ କେରଳ ଉପକୂଳରେ ଏଥିପାଇଁ ପାଗ ଅନୁକୂଳ ରହିଛି। ଏନେଇ ବୁଧବାର ଦିନ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏବେ କେରଳ ଉପକୂଳରେ ମେଘ ସମୂହର ଘନତ୍ଵ ବଢ଼ୁଛି। ଏଠାରେ ପଶ୍ଚିମା ବାୟୁର ଅଧିକ ରହିଛି। ଏହା ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି। ଏଥିପାଇଁ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଚଳିତବର୍ଷ ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ମୌସୁମୀ ବାୟୁକୁ ପ୍ରଭାବିତ କରିଛି। ଏହି ବାତ୍ୟା ଯୋଗୁଁ ସକ୍ରିୟ ଥିବା ମୌସୁମୀ ବାୟୁ କେରଳ ପହଞ୍ଚିବାରେ ବିଳମ୍ବ ହେଉଛି। ମୌସୁମୀ ବାୟୁ ଜୁନ ୪ ତାରିଖରେ କେରଳ ଉପକୂଳରେ ପହଞ୍ଚିବାକୁ ପୂର୍ବରୁ ଅନୁମାନ କରଯାଇଥିଲା।

ଅନ୍ୟପଟେ ମୌସୁମୀ ବାୟୁ କେରଳ ପହଞ୍ଚିବାର ଗୋଟେ ସପ୍ତାହ ପରେ ଜୁନ ୧୮ ତାରିଖ ବେଳକୁ ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି। ଜୁନ୍ ଶେଷ ସପ୍ତାହବେଳକୁ ମୌସୁମୀ ପ୍ରଭାବରେ ଓଡ଼ିଶାରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Tags: #MonsoonSeason #South-westMonsoon #Rain #IndianMeterologicalDept

Comment