ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୫୫୫ଟି ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ (ପିଜିଟି) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହା ମାଧ୍ୟମରେ ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ହେବେ।

ଏହି ପଦବୀ ପୂରଣ ପାଇଁ ଏବେ ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ଆବେଦନ ଆରମ୍ଭ ହୋଇଛି। ଜୁଲାଇ ମାସ ୧୭ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ।

ଯଦି ଆପଣମାନେ ଏହି ପିଜିଟି ଶିକ୍ଷକ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ – ୫୫୫

ଯୋଗ୍ୟତା

  • ଏହି ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ୨୧ ବର୍ଷରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ପ୍ରାର୍ଥୀମାନେ ଶିକ୍ଷକତା ପାଇଁ ଆବେଦନ କରୁଥିବା ବିଷୟରେ ପୋଷ୍ଟ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
  • ସେମାନେ ଯେକୌଣସି ବିଶ୍ଵବିଦ୍ୟାଳୟରୁ ବିଏଡ୍ ପାସ କରିଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ଏହି ପଦବୀରେ ନିଯୁକ୍ତି ପାଇଁ ପ୍ରଥମେ ଏସଏସବି ପକ୍ଷରୁ ୧୫୦ ନମ୍ବରର ଲିଖିତ ପରୀକ୍ଷା କରାଯିବ
  • ଏହାଛଡ଼ା ସବୁ ପ୍ରାର୍ଥୀଙ୍କ କ୍ୟାରିୟର ଆସେସମେଣ୍ଟ କରାଯାଇ ସେମନଙ୍କୁ ନମ୍ବର ଦିଆଯିବ
  • ଶେଷରେ ଉଭୟ ଲିଖିତ ପରୀକ୍ଷା ଓ କ୍ୟାରିୟର ଆସେସମେଣ୍ଟ ନମ୍ବରକୁ ମିଶାଇ ପ୍ରାର୍ଥୀଙ୍କୁ ଚୟନ କରାଯିବ

 

କେମିତି କରିବେ ଆବେଦନ

  • ଏସଏସବିର ୱେବସାଇଟ୍ ssbodisha.ac.inକୁ ଯାଆନ୍ତୁ
  • ୱେବସାଇଟ ଭିତରେ ପିଜିଟି ଶିକ୍ଷକ ଆବେଦନ ଲିଙ୍କକୁ କ୍ଲିକ୍ କରନ୍ତୁ
  • ଏହାପରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
  • ଏହାପରେ ‘ସାଇନ ଇନ’ କରି ପରୀକ୍ଷା ପାଇଁ ଫର୍ମ ପୂରଣ କରନ୍ତୁ
  • ପରୀକ୍ଷା ପାଇଁ ନିଜ ପାଖ ଅଞ୍ଚଳର ପରୀକ୍ଷା କେନ୍ଦ୍ରକୁ ବାଛନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ପିଜିଟି ଶିକ୍ଷକ ପରୀକ୍ଷା ପାଇଁ ସାଧାରଣ ଓ ଏସଇବିସି ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ରହିଛି। ସେହିପରି ଅନୁସୂଚିତ ଜାତି, ଜନଜାତି ବର୍ଗ ଓ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ୨୦୦ ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି।

ଏହିସବୁ ପଦବୀ ପାଇଁ କେବେ ଲିଖିତ ପରୀକ୍ଷା କରାଯିବ, ସେନେଇ ଏସଏସବି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ପଦବୀ ସମ୍ବନ୍ଧୀୟ ଅଧିକ ସୂଚନା ଏସଏସବିର ୱେବସାଇଟରେ ଉପଲବ୍ଧ।

Tags: #PGTTeachers #SSBRecruitment #Employment #Careers #SMEOdisha

 

Comment