ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ସିରିଜ ରେଳ ଦୁର୍ଘଟଣା ମାମଲାରେ ବୁଧବାର ଦିନ ୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରିଛି ରେଳେଓ୍ଵେ ବୋର୍ଡ। ଦାୟିତ୍ଵରେ ଅବହେଳା କାରଣରୁ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଛନ୍ତି ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଅନୀଲ କୁମାର ମିଶ୍ରା।

ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ପରେ ଦକ୍ଷିଣ-ପୂର୍ବ ରେଳ ସୁରକ୍ଷା କମିଶନର ରେଳବାଇ ବୋର୍ଡକୁ ଦେଇଥିବା ରିପୋର୍ଟରେ ସିଗନାଲ, ବୈଷୟିକ ତ୍ରୁଟି ଓ କର୍ମଚାଚାରୀଙ୍କ ଅବହେଳାକୁ ଦାୟୀ କରାଯାଇଛି।

ସିବିଆଇ ଏବଂ ସିଆରଏସ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି। ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ୩ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କୁ ଦ୍ଵିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇ ଖୋଳତାଡ଼ କରୁଛି ପୋଲିସ। ନିଲମ୍ବିତ କର୍ମଚାରୀଙ୍କ ମଧ୍ୟରେ ଗିରଫ ୩ ଅଭିଯୁକ୍ତ ରହିଥିବା କୁହାଯାଉଛି।

Tags: #BahanagaTrainTragedy #Suspend #CBIInvestigation

Comment