ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବିଶ୍ଵ ଆଇଭିଏଫ୍ ଦିବସ। ଯେଉଁମାନେ ସାଧାରଣ ଭାବେ ଗର୍ଭଧାରଣ କରିବାକୁ ସକ୍ଷମ ହେଉନାହାନ୍ତି, ସେମାନେ କିଭଳି ଆଇଭିଏଫ୍ ମାଧ୍ୟମରେ କରିପାରିବେ ଗର୍ଭଧାରଣ ଆସନ୍ତୁ ଜାଣିବା।

ଇନ ଭିଟ୍ରୋ ଫର୍ଟିଲାଇଜେସନ ବା ଆଇଭିଏଫ୍, ଯାହାକୁ ସାଧାରଣତଃ ସମସ୍ତେ ଟେଷ୍ଟ ଟ୍ୟୁବ୍ ବେବି ବୋଲି କହିଥାନ୍ତି। ପ୍ରାକୃତିକ ଭାବେ ଯଦି ଗର୍ଭଧାରଣରେ କୌଣସି ସମସ୍ୟା ହୋଇଥାଏ, ତେବେ ଆଇଭିଏଫ୍ ଜରିଆରେ ବାପା-ମା’ ହେବା ସମ୍ଭବ ହୋଇପାରୁଛି। ସନ୍ତାନ ଜନ୍ମ ପାଇଁ ଏହା ଏକ କୃତ୍ରିମ ମାଧ୍ୟମ।

ପ୍ରତିବର୍ଷ ଜୁଲାଇ ୨୫ ତାରିଖକୁ ବିଶ୍ଵ ଆଇଭିଏଫ ଦିବସ ପାଳନ ଭାବେ କରାଯାଉଛି। ଆଇଭିଏଫ୍ ପଦ୍ଧତିରେ ସଫଳତାର ସହ ୧୯୭୮ ମସିହା ଜୁଲାଇ ୨୫ ତାରିଖରେ ପ୍ରଥମ ଶିଶୁ ଜନ୍ମ ହୋଇଥିଲା। ସେବେଠାରୁ ପ୍ରତିବର୍ଷ ଜୁଲାଇ ୨୫ ତାରିଖକୁ ବିଶ୍ଵ ଆଇଭିଏଫ୍ ଦିବସ ପାଳନ କରାଯାଉଛି।

୧୯୭୭ ମସିହା ନଭେମ୍ବର ୧୦ ତାରିଖରେ ଲେସଲି ବ୍ରାଉନ ନାମକ ମହିଳା ଡାକ୍ତର ପେଟ୍ରିକ ଷ୍ଟେପ୍ଟୋ ଏବଂ ରବର୍ଟ ଏଡଭଡସଙ୍କ ସହାୟତାରେ ଆଇଭିଏଫ୍ ପଦ୍ଧତିରେ ସନ୍ତାନ ଜନ୍ମ ଦେବା ଲାଗି ପ୍ରକ୍ରିୟା ଆରମ୍ଭ କରିଥିଲେ। ୧୯୭୮ ମସିହା ଜୁଳାଇ ୨୫ ତାରିଖରେ ସେ ଗୋଟିଏ ସନ୍ତାନକୁ ଜନ୍ମ ଦେଇଥିଲେ। ସେବେଠାରୁ ପ୍ରତିବର୍ଷ ଭ୍ରୁଣ ବୈଜ୍ଞାନିକମାନଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଏହି ଦିନକୁ ପାଳନ କରାଯାଉଛି।

Tags: #IVF #WorldIVFDay #Celebration #InVitroFertilization

Comment