ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଦୀର୍ଘ ୯ ବର୍ଷ ପରେ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ଵାଳାଙ୍କ ନାଁରେ ଚାର୍ଜଫ୍ରେମ ହୋଇଛି।

ଭୁବନେଶ୍ୱରର ସ୍ୱତନ୍ତ୍ର ସିବିଆଇ ୧ କୋର୍ଟରେ ବିଶ୍ଵାଳ ଦମ୍ପତ୍ତିଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ମାମଲାରେ ଚାର୍ଜଫ୍ରେମ ହୋଇଛି। ଦଫା ୪୨୦, ୧୨୦ ବି, ୪୦୯, ୪୬୭, ୪୬୮ ଓ ୪୭୧ ଆଧାରରେ ଚାର୍ଜଫ୍ରେମ ହୋଇଛି ।

ଗତ ୨୦୧୪ ମସିହାରେ ସିସୋର ବେଆଇନ ଅର୍ଥ କାରବାରର ତଦନ୍ତ ଦାୟିତ୍ଵ ନେଇଥିଲା ସିବିଆଇ। ଏହା ପୂର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲା।

ସିସୋର ମହାଘୋଟାଲାରେ ଅନେକ ରାଜନେତା, ବ୍ୟବସାୟି ଏବଂ ଓଏସ ଓ ଆଇଏଏସ୍ ଅଧିକାରୀଙ୍କ ନାଁ ସାମ୍ନାକୁ ଆସିଥିଲା। ସିସୋର ଲିଙ୍କ୍ ନେଇ ପ୍ୟାରୀମୋହନ ମହାପାତ୍ର, ରବୀନ୍ଦ୍ର ଜେନା, ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ତାଙ୍କ ପତ୍ନୀ ସିବିଆଇ ଜେରାର ସମ୍ମୁଖୀନ ହୋଇଥିଲେ।

Tags: #Seashorechitfundscam #chargefram #prabhatranjanbiswal #CBIInvestigation

Comment