ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସ୍ଥିତ ପ୍ରସିଦ୍ଧ ଶ୍ରୀରଘୁନାଥ ଜୀଉଙ୍କ ମନ୍ଦିରରେ ଚାଲିଛି ନବଦିନାତ୍ମକ ଶ୍ରୀରାମ ଜନ୍ମ ମହୋତ୍ସବ। ଏହାକୁ ନେଇ ସମଗ୍ର ଜିଲ୍ଲାରେ ଉତ୍ସବର ବାତାବରଣ ଖେଳିଯାଇଛି। ପବିତ୍ର ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ହଜାର ହଜାର ଭକ୍ତ ସାମିଲ ହୋଇ ଆନନ୍ଦ ଅନୁଭବ କରୁଛନ୍ତି।

ବୁଧବାର ଶ୍ରୀରାମ ନବମୀ ତିଥିରେ ଏଠାରେ ଶ୍ରୀରଘୁନାଥ ଜୀଉ ଦୁଃର୍ଲଭ ଜନ୍ମ ନାରାୟଣ ବେଶରେ ଦର୍ଶନ ଦେଇଥିଲେ। ପୂଜା, ଆଳତୀ ତଥା ବେଦ ପଠନ ମଧ୍ୟରେ ଦେବନୀତି ସମ୍ପନ୍ନ ହୋଇଥିଲା।

ସେହିପରି ୯ ଦିନ ଯାଏଁ ଏଠାରେ ଶ୍ରୀଜୀଉ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବ। ଏହାମଧ୍ୟରେ ଶନିବାର ସନ୍ଧ୍ୟାରେ ଶ୍ରୀଜୀଉଙ୍କ ଅହଲ୍ୟା ଉଦ୍ଧାର ବେଶ କରାଯିବ। ଏହା ପରେ ପରବର୍ତ୍ତୀ ଦିନଗୁଡ଼ିକରେ ଗଙ୍ଗାପାର, ସୀତା ବିବାହ, ଲଙ୍କାବିଜୟ ଏବଂ ରାମାଭିଷେକ ଭଳି ମନୋହର ବେଶ ଅନୁଷ୍ଠିତ ହେବ।

ଏହି ନବଦିନାତ୍ମକ ମହୋତ୍ସବରେ ପ୍ରତିଦିନ ପୂଜାପାଠ, ନାମ ସଂକୀର୍ତନ, ଯଜ୍ଞ ଓ ହୋମ ଆଦି ଅନୁଷ୍ଠାନର ଆୟୋଜନ କରାଯାଉଛି। ଏହାସହ ପୂଜା ଆରାଧନା ଓ ରାମନାମ ବନ୍ଦନା ସହିତ ଶ୍ରୀରାମ ଚରିତ ମାନସ ପାରାୟଣ ତଥା ପ୍ରବଚନ ଭଳି ଧାର୍ମିକ ସଭା ଅନୁଷ୍ଠିତ ହେଉଛି।

ଚଳିତ ବର୍ଷ ଭଗବାନ ଶ୍ରୀରାମଙ୍କ ଜନ୍ମ ଉତ୍ସବ ପାଳନକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖା ଯାଇଛି। ନୟାଗଡ଼ ଜିଲ୍ଲାର ଅନେକ ମଠ ଓ ମନ୍ଦିରରେ ଖୁବ ଧୂମଧାମରେ ଶ୍ରୀରାମ ନବମୀ ପାଳିତ ହୋଇଛି। ଏହି ଅବସରରେ ଅନେକ ସ୍ଥାନରେ ଶ୍ରୀରାମ ଲୀଳା ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା।

Tags: #SriRaghunathJewTemple #SriRamJanmaMahotsav #SriramNavami #Odagaon #Nayagarh

LEAVE A REPLY

Please enter your comment!
Please enter your name here