ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ବିବାଦରେ ଫସିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଶ୍ରୀଜଗନ୍ନାଥ ଭଜନକୁ କଦର୍ଥ କରି ଗାଇବା ଅଭିଯୋଗରେ ହ୍ୟୁମାନ ସାଗର ଏବଂ ରୁକୁ ସୁନାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି। ଦୁଇ କଣ୍ଠଶିଳ୍ପୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ଵାଇଁ।

ହ୍ୟୁମାନ ସାଗର ଶ୍ରୀଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଉଥିବା ଏକ ଗୀତ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହା ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଉଥିବା ଅଭିଯୋଗ କରି ଥାନାର ଦ୍ଵାରସ୍ଥ ହୋଇଛନ୍ତି ମାନବାଧିକାର କର୍ମୀ।

କେବଳ କଣ୍ଠଶିଳ୍ପୀ ନୁହନ୍ତି ଯେଉଁ ଷ୍ଟୁଡିଓରେ ଏହି ଗୀତ ରେକର୍ଡ ହୋଇଛି ତା’ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଅଭିଯୋଗକାରୀ କହିଛନ୍ତି।

Tags: #ShreeJagannathBhajan #ControversialSong #FIR #HumanSagar #Odisha

LEAVE A REPLY

Please enter your comment!
Please enter your name here