ଓଡ଼ିଶାଲାଇଭ୍ ବ୍ୟୁରୋ

ନନ୍ଦନକାନନରେ ହାତୀ ମୃତ୍ୟୁ ଘଟଣାର ଆସିଲା ରିପୋର୍ଟ। ହର୍‌ପିସ୍‌ ଭୂତାଣୁ ସଂକ୍ରମଣ ଯୋଗୁଁ ହିଁ ୪ ହାତୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏନେଇ ଭେଟେନାରୀ ପାଥୋଲୋଜି ବିଭାଗୀୟ ସୂଚନା ଦେଇଛନ୍ତି।

ନନ୍ଦନକାନନରେ କିଛି ଦିନ ପୂର୍ବରୁ ୪ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଏହି ମୃତ୍ୟୁ ଘଟଣା ପରେ ହାତୀଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ଆସାମ ଓ ବରେଲି ଜାତୀୟ ଗବେଷଣା କେନ୍ଦ୍ରକୁ ପରୀକ୍ଷା ପାଇଁ ପଠାଯାଇଥିଲା। ଗବେଷଣା ପରେ ପ୍ରମାଣିତ ହେଲା ଯେ, ହାତୀଙ୍କର ମୃତ୍ୟୁ ହର୍‌ପିସ୍‌ ସଂକ୍ରମଣ ଯୋଗୁଁ ହିଁ ହୋଇଛି।

ଏହି ଘଟଣା ପାଇଁ ବୁଧବାର ନନ୍ଦନକାନନ ଗେଟ୍‌ ଆଗରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ଅନ୍ୟ କଂଗ୍ରେସକର୍ମୀମାନେ ଆନ୍ଦୋଳନ କରିଥିଲେ। ନନ୍ଦନକାନନ ନିକଟସ୍ଥ ଡମ୍ପିଂୟାର୍ଡ ପାଇଁ ହର୍ପିସ୍‌ ବ୍ୟାପିଥିବା ନେଇ କଂଗ୍ରେସ ଅଭିଯୋଗ କରିଥିଲା। ନନ୍ଦନକାନନ ସମ୍ମୁଖରେ ଆନ୍ଦୋଳନ କରିବା ଫଳରେ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ବୁଧବାର ନନ୍ଦନକାନନକୁ ବନ୍ଦ ରଖିଥିଲେ।

LEAVE A REPLY

Please enter your comment!
Please enter your name here