ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛାତ୍ରଛାତ୍ରୀଙ୍କୁ ପାଣି ପିଇବା ପ୍ରତି ସଚେତନ କରିବାକୁ ସ୍କୁଲରେ ବାଜିବ ପାଣିପିଆ ଘଣ୍ଟା। ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲରେ ସୋମବାରଠାରୁ  ‘ପାଣି ପିଅନ୍ତୁ ସୁସ୍ଥ ରହନ୍ତୁ’ ଭଳି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଛାତ୍ରଛାତ୍ରୀ ଦିନକୁ ୩ ଥର ପାଣି ପିଇବାକୁ ସ୍କୁଲରେ ବାଜିବ ପାଣି ପିଆ ଘଣ୍ଟା। ଦିନ ୧୧ଟା ୪୦, ୧ଟା ୩୦ ଏବଂ ୩ଟା ୧୫ ରେ ଏହି ଘଣ୍ଟା ବାଜିବ।

ପାଣି କମ୍‌ ପିଉଥିବାରୁ ଛାତ୍ରଛାତ୍ରୀ ଜଳାଭାବ, ଜ୍ୱର ଓ ସଂକ୍ରମଣଜନିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଛାତ୍ରଛାତ୍ରୀଙ୍କଠାରୁ ଏହି ରୋଗକୁ ଦୂରେଇବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଏହି ନୂଆ ପଦକ୍ଷେପ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here