ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକୁ ଦିନ ବ୍ୟାପିବାରେ ଲାଗିଛି କୋରୋନା। ଏହି ଭୂତାଣୁ ଯୋଗୁଁ ୩ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ପ୍ରାୟ ୩୦ଟି ଦେଶରେ ଏହି ଭୂତାଣୁ ବ୍ୟାପିସାରିଛି। ଅନ୍ୟପଟେ ଏହି ଭାଇରସ୍‌କୁ ନେଇ ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି ହେବାରେ ଲାଗିଲାଣି। କିଛି ଲୋକଙ୍କ ମନରେ ଆମିଷ ଖାଇବା ନେଇ ପ୍ରଶ୍ନ ମଧ୍ୟ ଉଠୁଛି। ସେମାନଙ୍କର ଧାରଣା ରହୁଛି ଯେ ଆମିଷ ଖାଇବା ଦ୍ୱାରା କୋରୋନା ବ୍ୟାପୁଛି। ତେବେ ସତରେ କ’ଣ ଆମିଷ ଖାଇବା ଦ୍ୱାରା କୋରୋନା ହୋଇଥାଏ। ଆସନ୍ତୁ ସେ ବିଷୟରେ ଅଧିକ ଜାଣିବା।

ଟାଇମ୍‌ସ ଅଫ୍‌ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚୀନର ଉହାନ୍ ସହରର ଏକ ମାଂସ ବଜାରରୁ କୋରୋନା ଭାଇରସ୍ ସୃଷ୍ଟି ହୋଇଥିଲା, ଯେଉଁଠି ଲୋକମାନେ ପ୍ରତିଦିନ ମାଂସ କିଣିବାକୁ ଆସନ୍ତି। ଏହି ବଜାରରେ ଲୋକମାନେ ସମସ୍ତ ପ୍ରକାରର ମାଂସ ଯଥା ଚିକେନ୍, ସାମୁଦ୍ରିକ ଖାଦ୍ୟ, ମଟନ୍, ମେଣ୍ଢା, ଘୁଷୁରୀ ଏବଂ ସାପ ମାଂସ କିଣା ବିକା ଚାଲିଥାଏ।

ଏହି ଭାଇରସ ପଶୁମାନଙ୍କଠାରୁ ମଣିଷକୁ ଆସିଥିବାରୁ ଅନେକ ଭାରତୀୟଙ୍କ ମନରେ ଭୁଲ ଧାରଣା ରହିଛି ଯେ, ମାଂସ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିବା ଉଚିତ। ହେଲେ ଭାରତରେ ମାଂସ ଖାଇବା ଦ୍ୱାରା କୋରୋନା ଭାଇରସ ବ୍ୟାପିବାର ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ।

ତେବେ ଆମିଷ ରାନ୍ଧିବା ବେଳେ ଆପଣଙ୍କୁ ଯତ୍ନ ନେବା ଆବଶ୍ୟକ। ମାଂସ ସ୍ୱଚ୍ଛ ଏବଂ ଭଲ ଭାବରେ ରନ୍ଧା ଯାଇଛି। ମାଂସ କଞ୍ଚା ରହିବା ଉଚିତ ନୁହେଁ। ପଶୁ ମାଂସ ମାଧ୍ୟମରେ ସଂକ୍ରମିତ ହେଉଥିବା କୌଣସି ରୋଗକୁ ରୋକିବା ପାଇଁ ଏହା ହେଉଛି ସର୍ବୋତ୍ତମ ଉପାୟ।

ସେହିପରି ଭାରତୀୟମାନେ ସାମୁଦ୍ରିକ ଖାଦ୍ୟ(Sea Foods) ଖାଇବା ଉପରେ ସନ୍ଦେହ କରୁଛନ୍ତି। ତେବେ ଭାରତରେ ସାମୁଦ୍ରିକ ଖାଦ୍ୟ ଖାଇବା ନିରାପଦ। ସାମୁଦ୍ରିକ ପ୍ରାଣୀ ଏବଂ କରୋନାଭାଇରସ୍ ମଧ୍ୟରେ କୌଣସି ସମ୍ପର୍କ ଥିବାର ପ୍ରମାଣ ନାହିଁ।

ଗୃହପାଳିତ ପଶୁମାନଙ୍କ ଦ୍ୱାରା କୋରୋନା ଭାଇରସ୍ ବ୍ୟାପିଥାଏ କି?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ବର୍ତ୍ତମାନ ସମୟରେ ଗୃହପାଳିତ ପଶୁମାନଙ୍କଠାରେ କୋରୋନା ଭାଇରସ୍ (2019-nCoV) ଥିବାର କୌଣସି ପ୍ରମାଣ ନାହିଁ। ବିଲେଇ ଓ କୁକୁରଙ୍କ ଭଳି ଗୃହପାଳିତ ପଶୁଙ୍କ ଜରିଆରେ ଏଯାବତ କୋରୋନା ଭାଇରସ୍ ବ୍ୟାପିନାହିଁ।

LEAVE A REPLY

Please enter your comment!
Please enter your name here