ଓଡିଶାଲାଇଭ୍ ବ୍ୟୁରୋ
ଟାଇମ୍ସ ଇଞ୍ଜିନିୟରିଂ ରାଙ୍କିଙ୍ଗ୍ ସର୍ଭେ-୨୦୨୦ ରିପୋର୍ଟ ଶୁକ୍ରବାର ପ୍ରକାଶ ପାଇଛି। ଏହି ସର୍ଭେ ଅନୁଯାୟୀ ଦେଶରେ ୨୩ତମ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ ବା ଆଇଟିଇଆର୍। ଆଇଆଇଟି-ଭୁବନେଶ୍ଵର ବ୍ୟତୀତ ଓଡ଼ିଶାର ଅନ୍ୟତମ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ଆଇଟିଇଆର୍ ଦେଶର ଟପ୍ ୨୫ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି।
ଏହି ସର୍ଭେରେ ପୂର୍ବ ଭାରତରେ ଆଇଟିଇଆର୍ ଚତୁର୍ଥ ସ୍ଥାନ ହାସଲ କରିଥିବା ବେଳେ ଦେଶର ୧୦୦ଟି ଘରୋଇ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭିତରୁ ୧୫ତମ ସ୍ଥାନ ଅଧିକାର କରିଛି। ଏଥିସହ ଆଇଟିଇଆର୍ ଗବେଷଣା କ୍ଷେତ୍ରରେ ଦେଶର ୨୦ଟି ପ୍ରମୁଖ ଅନୁଷ୍ଠାନ ମଧ୍ୟରେ ଅଷ୍ଟମ ସ୍ଥାନ ହାସଲ କରିଛି। ସେହିପରି ନିଯୁକ୍ତି କ୍ଷେତ୍ରରେ ଶ୍ରେଷ୍ଠ ୫୦ଟି ଘରୋଇ ଅନୁଷ୍ଠାନ ମଧ୍ୟରେ ଆଇଟିଇଆର୍ ୧୩ତମ ସ୍ଥାନରେ ରହିଛି।
୧୯୬୯-୯୭ ଶିକ୍ଷାବର୍ଷରେ ଆରମ୍ଭ ହୋଇଥିବା ଆଇଟିଇଆର୍ ଗୁଣାତ୍ମକ ଶିକ୍ଷାପ୍ରଦାନ, ଗବେଷଣା ଏବଂ ନିଯୁକ୍ତି ସୁଯୋଗ ଓ କୁଶଳୀ ବିକାଶ ପାଇଁ ପ୍ରସିଦ୍ଧି ଲାଭ କରିଛି। ଏହି ଅନୁଷ୍ଠାନ ୮ଟି ଅଣ୍ଡର ଗ୍ରାଜୁଏଟ୍ ଏବଂ ୧୦ଟି ପୋଷ୍ଟ ଗ୍ରାଜୁଏଟ୍ ସମେତ ୧୪ଟି ବିଭାଗରେ ପିଏଚ୍ଡି ପ୍ରଦାନ କରୁଛି। ବିଶ୍ଵରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ୟୁଏସ୍ଏର ପ୍ରତିଷ୍ଠିତ ସ୍ଵୀକୃତି ପ୍ରଦାନକାରୀ ସଂସ୍ଥା ଆକ୍ରିଡିସନ୍ ବୋର୍ଡ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ଆବେଟ୍) ଠାରୁ ଆଇଟିଇଆର୍ର ଇଞ୍ଜିନିୟରିଂ ପ୍ରୋଗ୍ରାମ ସ୍ଵୀକୃତି ଲାଭ କରିଛି।ଆଇଟିଇଆର୍ରେ ୯ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଫାକଲ୍ଟି ରହିଛନ୍ତି। ଏଥିସହ ଶିକ୍ଷା ପ୍ରଦାନ ଓ ଗବେଷଣାକୁ ନେଇ ଏହି ଶିକ୍ଷାନୁଷ୍ଠାନ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ, ଡେଭିସ୍, ୟୁଏସ୍ଏ, ରିଭରସାଇଡ୍ ଭଳି ବିଶ୍ଵସ୍ତରୀୟ ଅନୁଷ୍ଠାନ ଏବଂ ବିଶ୍ଵବିଦ୍ୟାଳୟ ସହିତ ଅନୁବନ୍ଧିତ ହୋଇଛି।
୨୦୨୦ ଶିକ୍ଷାବର୍ଷରେ ପାସ୍ ହୋଇଥିବା ୯୨ ପ୍ରତିଶତ ଛାତ୍ରଛାତ୍ରୀ ମାଇକ୍ରୋସଫ୍ଟ, କଗ୍ନିଜେଣ୍ଟ, ଆମାଜନ, ଡେଲଏଟ୍, ବୋସ୍, ଆଇବିଏମ୍, ଟାଟା ଷ୍ଟିଲ୍, ଓ୍ଵିପ୍ରୋ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଇନ୍ଫୋସିସ୍, ହେକ୍ଟାଓ୍ଵେର୍, ଟିସିଏସ୍ ଭଳି ବହୁ ପ୍ରସିଦ୍ଧ କମ୍ପାନୀରେ ନିଯୁକ୍ତି ପାଇଛନ୍ତି।