ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ଜିଲ୍ଲା ଗସ୍ତରେ ଆସି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅନିଲ କୁମାର ସାମଲ ଗୁରୁବାର କୋଭିଡ୍ ପରିଚାଳନା ବ୍ୟବସ୍ଥା ଅନୁଧ୍ୟନ କରିଛନ୍ତି। ଚାନ୍ଦପୁରଠାରେ ପିପିପି ମୋଡରେ ଚାଲିଥିବା କୋଭିଡ୍ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥା ବୁଲି ଦେଖିଥିଲେ।

ରାଜ୍ୟରେ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଉଛି। ଯେ କୌଣସି ସମୟରେ କୋଭିଡ୍ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସି ପାରନ୍ତି। ସେଥିଲାଗି ହସ୍ପିଟାଲକୁ ସବୁ ସମୟରେ ପ୍ରସ୍ତୁତ ରଖିବାକୁ ଆରଡିସି ପରାମର୍ଶ ଦେଇଛନ୍ତି। ହସ୍ପିଟାଲରେ ଚିକିତ୍ସାଧିନ ରୋଗୀଙ୍କ ସହ କଥା ହୋଇ ଅସୁବିଧା ସୁବିଧା ପଚାରି ବୁଝିଥିଲେ।

କୋଭିଡ୍ ରୋଗୀଙ୍କ ସେବା ଯତ୍ନରେ ଡାକ୍ତର ଓ ନର୍ସଙ୍କ ଭୂମିକା ସଂପର୍କରେ କର୍ମଚାରୀଙ୍କୁ ସେ’ ଅବଗତ କରାଇଥିଲେ। ଆମ୍ବୁଲାନ୍ସ ସେବା, ପାନୀୟ ଜଳ, ପରିମଳ ଆଦି ବ୍ୟବସ୍ଥା ସଂପର୍କରେ ବିବରଣୀ ସଂଗ୍ରହ କରିଥିଲେ। ଆରଡିସି ସାମଲ କୋଭିଡ୍ ପରିଚାଳନା ବ୍ୟବସ୍ଥାର ସମୀକ୍ଷା କରିବା ସମୟରେ ଜିଲ୍ଲାପାଳ ପୋମା ଟୁଡ଼ୁଙ୍କ ସହ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here