ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନର ଫଳାଫଳ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ବହୁ ଭୋଟରେ ଆଗୁଆ ଅଛନ୍ତି। ତୃତୀୟ ସ୍ଥାନରେ ଅଛନ୍ତି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ।

ଦ୍ଵାଦଶ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଥିବାବେଳେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପିଠାରୁ ପାଖାପାଖି ୨୮,୨୮୨ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଆସିଥିବା ଫଳାଫଳରୁ ସ୍ପଷ୍ଟ ହୋଇଛି ଯେ ବିଜେଡ଼ି ପ୍ରାର୍ଥ ରୀତା ସାହୁ ବିଜୟୀ ହେବା ସୁନିଶ୍ଚିନ୍ତ।

ସମ୍ପୂର୍ଣ୍ଣ ଫଳାଫଳ ଆସିନଥିଲେ ସୁଦ୍ଧା ବିଜେଡି ଅଫିସ୍ ଆଗୁଆ ବିଜୟ ପାଳନ କରଯାଯିବାର ଦେଖାଯାଇଛି।

ଦଳୀୟ କର୍ମୀ ବିଜେଡି ପତକା ଧରି ପାର୍ଟି ଅଫିସ୍ ଆଗରେ ବିଜୟଉତ୍ସୋବ ପାଳନ କରୁଛନ୍ତି।

ଧିରେଧିରେ କର୍ମୀ ଓ ନେତାମାନେ ବିଜେଡି ପାର୍ଟି ଅଫିସ୍ ଆସୁଛନ୍ତି। ପଞ୍ଜାବୀ ବାଜାର ତାଳେତାଳେ କର୍ମୀମାନେ ନାଚୁଛନ୍ତି।

LEAVE A REPLY

Please enter your comment!
Please enter your name here