ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ସମୟ ଧରି ଅଚଳ ରହିଥିଲା ସୋସିଆଲ ମିଡିଆ। ସୋମବାର ରାତି ପ୍ରାୟ ୧୦ ପାଖାପାଖି ସମସ୍ତ ସୋସିଆଲ ମିଡିଆ ବନ୍ଦ ହୋଇଯାଇଥିଲା। ତାହା ବର୍ତ୍ତମାନ ଧୀରେ ଧୀରେ ସ୍ଵାଭାବିକ୍ ହେବାରେ ଲାଗିଛି। ଏଭଳି ସମସ୍ୟା ପାଇଁ ସମ୍ପୃକ୍ତ କମ୍ପାନିଗୁଡ଼ିକ ୟୁଜରମାନଙ୍କୁ ଟୁଇଟ କରି କ୍ଷମା ମାଗିଛନ୍ତି। ସେପଟେ ଏହାର ପ୍ରଭାବରେ ଲକ୍ଷ ଲକ୍ଷ ୟୁଜର୍ସଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିବା ଟୁଇଟ କରି ପ୍ରତିକ୍ରିୟା ରଖିଛନ୍ତି।

ସୋମବାର ରାତିରେ ଦୀର୍ଘ ୬ ଘଣ୍ଟା ଧରି ଅଚଳ ହୋଇଯାଇଥିବା ଫେସବୁକ, ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମ ଏବେ ସ୍ୱାଭାବିକ୍ ହେବାରେ ଲାଗିଛି। ଏହି ୩ ସୋସିଆଲ ମିଡିଆ ସର୍ଭର ଡାଉନ ହୋଇଯାଇଥିଲା। କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଏହି ସମସ୍ୟା ଦେଖାଯାଇଥିଲା। ଫେସବୁକ ମାଲିକାନାରେ ଥିବା ଏହି ୩ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲୋକମାନେ ମେସେଜ, ଫଟୋ ପୋଷ୍ଟ, ଭିଡିଓ ସେୟାର, ଭିଡିଓ ଦେଖିବା ଇତ୍ୟାଦି କାର୍ଯ୍ୟ କରିପାରୁନଥିଲେ।

ସକାଳ ପ୍ରାୟ ୪.୩୦ ମିନିଟ ସମୟରୁ ସର୍ଭର ଧୀରେ ଧୀରେ ସ୍ୱାଭାବିକ ହେଉଥିବା ସୂଚନା ଦିଆଯାଇଥିଲା। ସେହିପରି ଇଷ୍ଟାଗ୍ରାମ ମଧ୍ୟ ତା’ର କିଛି ସମୟ ଆଗରୁ ଠିକ୍ ହୋଇଥିଲା।

ଡିଜିଟାଲ ଯୁଗର ମଣିଷଙ୍କ ପାଇଁ ୬ଘଣ୍ଟା ସୋସିଆଲ ମିଡିଆ ବନ୍ଦ ହୋଇଯିବା ଏକ ପ୍ରକାଶ ବଡ଼ ସମସ୍ୟା ହୋଇଯାଇଥିଲା। ଏହା ଦ୍ଵାରା ଅନେକ ଲୋକଙ୍କୁ କ୍ଷତି ସହିବାକୁ ପଡ଼ିଥବା ମଧ୍ୟ ସୋସିଆଲ ମିଡିଆରେ ଟୁଇଟ କରି ଭାରତ ସମେତ ବିଶ୍ୱର କୋଟିକୋଟି ଲୋକ ନିଜର ପ୍ରତିକ୍ରିୟା ରଖିଛନ୍ତି।

ସେପଟେ ଏଭଳି ସେବା ବ୍ୟାହତ ପାଇଁ ଦୁଃଖପ୍ରକାଶ କରିଛନ୍ତି ଫେସବୁକର ସିଇଓ ମାର୍କ ଜୁକରବର୍ଗ। ଏଥିସହ ସର୍ଭର ଡାଉନ ଯୋଗୁଁ ୟୁଜରମାନେ ଭୋଗିଥିବା ସମସ୍ୟା ପାଇଁ ଇନଷ୍ଟାଗ୍ରାମ ଓ ହ୍ୱାଟସଆପ୍‌ ପକ୍ଷରୁ ଦୁଃଖପ୍ରକାଶ କରାଯାଇଛି।

LEAVE A REPLY

Please enter your comment!
Please enter your name here