ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ପାଠାଗାର ଆନ୍ଦୋଳନର ପୁରୋଧା ତଥା ବିଶିଷ୍ଟ ସଂଗ୍ରାହକ ସ୍ଵର୍ଗତ ଦାଶରଥି ପଟ୍ଟନାୟକଙ୍କ ୧୧୫ ତମ ଜୟନ୍ତୀ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। ଏହି ଅବସରରେ ମଙ୍ଗଳବାର ଦିନ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଦାଶରଥି ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଦାସିଆ ଅଜା ପାଠାଗାର ସଂଗ୍ରାହଳୟର ସମ୍ପାଦକ ଦୀପକ ପଟ୍ଟନାୟକ।

ସେହିପରି ସାମ୍ବାଦିକ ରାମକୃଷ୍ଣ ରଥ, ଶିକ୍ଷକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଦାମୋଦର ସାହୁ, ଗୋକୁଳ ଷଡ଼ଙ୍ଗୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵର୍ଗତ ଦାସରଥି ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଥିଲେ।ଦାଶରଥି ପଟ୍ଟନାୟକ ୧୯୦୭ ମସିହା ଜୁଲାଇ ୧୨ ତାରିଖ ଦିନ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ଉଦୟପୁର ଗ୍ରାମର ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ଚତୁର୍ଥ ଶ୍ରେଣୀ ଯାଏଁ ସେ ପାଠ ପଢ଼ିଥିଲେ। ସୀମିତ ଶିକ୍ଷା ଓ ଆର୍ଥିକ ଦୁସ୍ଥିତି ସତ୍ତ୍ୱେ ତାଙ୍କର ମନୋବଳ ଦୃଢ଼ ଥିଲା। ଫଳରେ ସେ ଓଡ଼ିଶାର ସାଂସ୍କୃତିକ ଜଗତରେ ନିଜର ଦୃପ୍ତ ପାଦଚିହ୍ନ ରଖିବାକୁ ସକ୍ଷମ ହୋଇଥିଲେ।ସେ ଘରକୁ ଘର, ଗ୍ରାମକୁ ଗ୍ରାମ ବୁଲି ବୁଲି ପୁରୁଣା ତାଳପତ୍ର ପୋଥି, ବହି, ବିଭିନ୍ନ ପାରମ୍ପାରିକ ଆସବାବପତ୍ର ସଂଗ୍ରହ କରୁଥିଲେ। ସମଗ୍ର ଜିଲ୍ଲାରେ ସେ ଦାସିଆ ଅଜା ଭାବେ ପରିଚିତ ଥିଲେ। ସେ ସଂଗ୍ରହ କରୁଥିବା ସମସ୍ତ ବହି, ଜିନିଷ ଆଦିକୁ ନେଇ ନିଜ ଗ୍ରାମରେ ଏକ ପାଠାଗାର ସଂଗ୍ରହାଳୟ ପ୍ରତିଷ୍ଠା କରିଥିଲେ। ଏହି ସଂଗ୍ରହାଳୟ ଏବେ ଅନେକଙ୍କ ପାଇଁ ପ୍ରେରଣା ସାଜିଛି।

Tags: #DasarathiPattnaik #DasiaAja #Nayagarh #Library #DasiaAjaMeuseum #ନୟାଗଡ଼ #ଦାଶରଥିପଟ୍ଟନାୟକ #ଦାସିଆଅଜା

LEAVE A REPLY

Please enter your comment!
Please enter your name here