ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ବିଧାୟକ ତଥା ରାଜ୍ୟସଭା ସାଂସଦ ଧନେଶ୍ଵର ମାଝୀଙ୍କର ବୁଧବାର ଦିନ ପରଲୋକ ହୋଇଛି। କେସିଙ୍ଗା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା।

ବୁଧବାର ସକାଳେ ଛାତିରେ ଯନ୍ତ୍ରଣା ହେବାରୁ ଧନେଶ୍ଵର ମାଝୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଧନେଶ୍ଵର ମାଝୀ କେସିଙ୍ଗା ଏବଂ ନର୍ଲାରୁ ୫ ଥର ବିଧୟକ ହୋଇଥିଲେ। ଧନେଶ୍ଵର ମାଝୀ ୧୯୭୮ରୁ ୧୯୮୪ ମସିହା ଯାଏଁ ରାଜ୍ୟସଭା ସାଂସଦ ଥିଲେ। ସେ ୧୯୭୧, ୧୯୭୪, ୨୦୦୦, ୨୦୦୪ ଏବଂ ୨୦୧୪ରେ ବିଧାୟକ ନିର୍ବାଚିତ ହୋଇଥିଲେ। କିଛି ମାସ ତଳେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

Tags: #DhaneswarMajhi #FormerMLA #Politician #Odisha #Keshinga #Narla #Kalahandi #FormerRajyasabhaMPDhaneswarMajhi

LEAVE A REPLY

Please enter your comment!
Please enter your name here